ଭାରତ ପାଇଁ ସ୍ବର୍ଣ୍ଣିମ ଦିନ

ବନ୍ଧୁକଚାଳନା ବିଶ୍ବକପ୍‌

ବେଜିଂ: ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ମଙ୍ଗଳବାର ଓ ବୁଧବାର ଭାରତ ପାଇଁ ନିରାଶା ଭରି ଦେଇଥିଲା ବେଳେ ଗୁରୁବାର କିନ୍ତୁ ସ୍ବର୍ଣ୍ଣିମ ଦିବସ ପାଲଟିଯାଇଛି। ଗୁରୁବାର ଉଭୟ ୧୦ ମିଟର ଏୟାର ରାଇଫଲ୍‌ ମିଶ୍ରିତ ଏବଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ବର୍ଗରେ ଭାରତ ସ୍ବର୍ଣ୍ଣ ପଦକ କରାୟତ କରିନେଇଛି। ଅଞ୍ଜୁମ୍‌ ମୁଦ୍‌ଗିଲ୍‌ ଓ ଦିବ୍ୟାଂଶ ପନ୍‌ୱାର ରାଇଫଲ୍‌ ବର୍ଗରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଅଭିଯାନ ଆରମ୍ଭ କରିବା ପରେ ଯୁବ ତାରକା ମନୁ ଭାକେର୍‌ ଓ ସୌରଭ ଚୌଧୁରୀ ପିସ୍ତଲ ବର୍ଗରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଭାକେର୍‌-‌ଚୌଧୁରୀ ଫାଇନାଲ୍‌ରେ ଚୀନ୍‌ର ଜିଆଙ୍ଗ୍‌ ରାନ୍‌ଜିନ୍‌ଙ୍କୁ ୧୬-୬ରେ ଏବଂ ଅଞ୍ଜୁମ୍‌-ଦିବ୍ୟାଂଶ ୧୭-୧୫ରେ ଚାଇନିଜ୍‌ ଯୋଡ଼ି ଲିଉ ରୁଜୁଆନ୍‌-ୟାଙ୍ଗ୍‌ ହାଓରନ୍‌ଙ୍କୁ ପରାସ୍ତ କରି ଦେଇଥିଲେ। ଅନ୍ୟତମ ଭାରତୀୟ ଯୋଡ଼ି ଭାବେ ହୀନା ସିଧୁ-ରିଜ୍‌ଭି ସାହଜାର୍‌ ପିସ୍ତଲ ବର୍ଗ ଦ୍ବାଦଶ ସ୍ଥାନରେ ଏବଂ ଅପୂର୍ବୀ ଚାନ୍ଦିଲା-ଦୀପକ୍‌ କୁମାର ଯୋଡ଼ି ରାଇଫଲ୍‌ ବର୍ଗରେ ଷଷ୍ଠ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର