୫‌‌ କୋଟିର ହାତ ଘଣ୍ଟା ସହ ହାର୍ଦିକ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ତାରକା ଅଲ୍ ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଅତ୍ୟାଧୁନିକ ଜୀବନଶୈଳୀ ଅନୁସରଣ କରୁଥିବା ସମସ୍ତଙ୍କୁ ଜଣା। ମୁମ୍ବାଇର ଗଳିକନ୍ଦିରେ ସେ କେତେବେଳେ ନାମି ଦାମି କାର୍‌ ଚଳାଉଥିବା ଦେଖିବାକୁ ମିଳନ୍ତି ତ ଅନ୍ୟ କେତେବେଳେ ଲମ୍ବୋର୍ଗିନି ହୁରାକାନ୍‌ ଇଭିଓ ଓ ଆଉ କେତେବେଳେ ମର୍ସିଡିଜ୍‌ ଏଏମ୍‌ଜି ଜି୬୩ ଚଳାଇଥା’ନ୍ତି। ଏସବୁ ବିଳାସପୂର୍ଣ୍ଣ ଜୀବନର ଅଂଶବିଶେଷ। ଏବେ କିନ୍ତୁ ହାର୍ଦିକ ଏକ ପତିକ୍ ଫିଲିପ୍ ପ୍ଲାଟିନମ୍‌ ୫୭୧୧ ହାତଘଣ୍ଟା ସହ ବିଜ୍ଞାପିତ ହୋଇଛନ୍ତି ଯାହାର ମୂଲ୍ୟ ୫ କୋଟି। ଏହି ଘଣ୍ଟାଟି ସବୁଠୁ ଉତ୍କୃଷ୍ଟ ମାନର ପ୍ଲାଟିନମ୍‌ ଶ୍ରେଣୀଭୁକ୍ତ। ବିଶ୍ବର ଏହା ସବୁଠାରୁ ଦାମୀ ହାତଘଣ୍ଟା ଭାବେ ପରିଗଣିତ। ହାର୍ଦିକଙ୍କ ପାଖରେ ମଧ୍ୟ ଏବେ ଏକ ପତିକ୍ ଫିଲିପ୍‌ ନଟିଲସ୍‌ ଟାଇମ୍ ଟ୍ରାଭେଲ୍‌ ହାତଘଣ୍ଟା ରହିଛି ଯାହାର ମୂଲ୍ୟ ୨.୨ କୋଟି। ଏହା ବ୍ୟତୀତ ହାର୍ଦିକଙ୍କ ନିକଟରେ ମଧ୍ୟ ଅନ୍ୟାନ୍ୟ ବହୁ ଦାମୀ ହାତଘଣ୍ଟା ରହିଛି। ଏପରିକି ଗୁଜବ ହୁଏ ହାର୍ଦିକଙ୍କ ହାତଘଣ୍ଟା ସଂଗ୍ରହାଳୟରେ ୧୦ କୋଟିରୁ ଊର୍ଧ୍ବ ମୂଲ୍ୟର ଘଣ୍ଟା ରହିଛି। ଏହି ତାରକା ଖେଳାଳି ଏବେ ୟୁଏଇରେ ରହି ଦ୍ବିତୀୟ ଚରଣ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ସେ ଖେଳନ୍ତି‌ ବୋଲି ସଭିଙ୍କୁ ଜଣା।

ସମ୍ବନ୍ଧିତ ଖବର