ଷ୍ଟାର୍କଙ୍କୁ ଆରମ୍ଭରୁ ୱିକେଟ୍‌ ନଦେଲେ ଭଲ

ହର୍ଷ ‌ଭୋଗ୍‌ଲେ

ବିଶ୍ବକପ୍‌ରେ ଭାରତ ତାହାର ଅଭିଯାନ ଆରମ୍ଭ କରିବାକୁ କିଛି ଦିନ ଅପେକ୍ଷା କରିବାକୁ ପଡିଲା। ତଥାପି ଦକ୍ଷିଣ ଆଫ୍ରିକାକୁ ହରାଇ ଦଳ ବିଜୟରୁ ଭଲ ଅଭିଯାନ ଆରମ୍ଭ କରିଛି। ବର୍ତ୍ତମାନର ସ୍ଥିତିରୁ ଦକ୍ଷିଣ ଆଫ୍ରିକା ତିନିଟି ମ୍ୟାଚ ହାରିଯାଇ ତଳକୁ ଖସିଯାଇଥିଲା ବେଳେ ପ୍ରତିଯୋଗିତାରୁ ବିଦାୟ ନେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଆଗକୁ ଏହି ଦଳ କଷ୍ଟସାଧ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ନିଜକୁ ପ୍ରମାଣିତ କରିପାରିବା ଭଳି ଦକ୍ଷତା ରଖୁଛି। ଦଳର କହିବାନୁସାରେ, ପାର୍କରେ ଚାଲିବା ଅପେକ୍ଷା କଷ୍ଟସାଧ୍ୟ ପ୍ରଥମ ରାଉଣ୍ତ ଅଧିକ ଭଲ। ତେଣୁ ସେମାନେ ଦ୍ବିତୀୟ ରାଉଣ୍ତ ପାଇଁ ଏବେଠାରୁ ପ୍ରସ୍ତୁତ ହେଲେଣି।

ଅଷ୍ଟ୍ରେଲିଆ ସହିତ ଭାରତ ଏକାଧିକ ମ୍ୟାଚ୍‌ ଖେଳିଛି। ନିକଟରେ ଦୁଇ ଦଳର ଖେଳାଳିମାନେ ଏକାଧିକ ମ୍ୟାଚ୍‌ରେ ଭେଟାଭେଟି ହୋଇଛନ୍ତି। ଅଷ୍ଟ୍ରେଲିୟ ଖେଳାଳିମାନଙ୍କୁ ମଧ୍ୟ ସମସ୍ତେ ଭଲ ଭାବେ ଜାଣିଛନ୍ତି। ସେଥିରେ କିଛି ଗୋପନୀୟତା ନାହିଁ। ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପାଳି ଖେଳି ବିଜୟର ମୁଖ୍ୟ ସୂତ୍ରଧର ହୋଇଥିବାରୁ ସେ ଏଥିପାଇଁ ଗର୍ବ ଅନୁଭବ କରିବେ। ସମାନ ସଂଖ୍ୟକ ବଲ୍‌ ଖେଳି ୧୦୦ କରିବା କିମ୍ବା କମ୍‌ ବଲ୍‌ରୁ ଶତକ ଅର୍ଜନ କରିବା ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ। କିନ୍ତୁ ପରିସ୍ଥିତି ସହ ନିଜକୁ ଖାପଖୁଆଇବା, ନିଜକୁ ସବୁବେଳେ ଶାନ୍ତ ରଖିବା ଏବ˚ ପରିଶେଷରେ ଦଳକୁ ବିଜୟ ଭେଟି ଦେବା ସର୍ବଦା ସ୍ମରଣୀୟ ହୋଇ ରହିବ। ସୌଭାଗ୍ୟବଶତଃ ଭାରତ ପାଇଁ ଦକ୍ଷିଣ ଆଫ୍ରିକା କୌଣସି ବଡ଼ ଲକ୍ଷ୍ୟ ଦେଇନଥିଲା। ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ରେ ଦମ୍‌ଦାର ବୋଲି˚ କରିଥିଲେ। ବିଶ୍ବ କ୍ରିକେଟର ଦ୍ରୁତ ବୋଲରମାନଙ୍କ ମଧ୍ୟରେ ବୁମ୍‌ରା ଏପରି ଜଣେ ଖେଳାଳି, ଯାହାଙ୍କ ବିଷୟରେ ଅନ୍ୟ ବୋଲରଙ୍କ ସହ ସବୁବେଳେ ଆଲୋଚନା ହୋଇଥାଏ ଏବ˚ ସେ ସେଥିରେ ସଫଳ ହୋଇଆସିଛନ୍ତି। ବାସ୍ତବରେ କହିବାକୁ ଗଲେ, ପିଚ୍‌ରୁ ତାଙ୍କୁ ଅନେକ ସହାୟତା ମିଳିଥାଏ ଏବ˚ ସେ ଏହାର ଫାଇଦା ଉଠାଇବାରେ କୌଣସି ମୌକା ଛାଡ଼ିନଥାନ୍ତି। ଆବଶ୍ୟକ ସମୟରେ ଵିକେଟ ବାହାର କରିବା ଶୈଳୀ ସହିତ ଦଳୀୟ ଖେଳାଳିମାନେ ଓତଃପ୍ରୋତଃ ଭାବେ ଜଡିତ ହୋଇସାରିଲେଣି। ଯେତେବେଳେ ସେ ମଝି ଓଭରମାନଙ୍କରେ ଭଲ ପ୍ରଦର୍ଶନ ଦେଉଛନ୍ତି, ସେ ସମୟରେ ଅନ୍ୟମାନେ ମଧ୍ୟ ତାଙ୍କୁ ସେଭଳି ସମର୍ଥନ ଦେବା ଦରକାର। ଯଦି ପିଚ୍‌ରେ ବୁମ୍‌ରାଙ୍କୁ ଫାଇଦା ମିଳୁଛି, ତାହେଲେ ମହମ୍ମଦ ସାମିଙ୍କ କଥା ବି ବିଚାର କରାଯିବା ଆବଶ୍ୟକ ରହିଛି।

େଵଷ୍ଟଇଣ୍ତିଜ୍‌ ବିପକ୍ଷରେ ଖେଳିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଗୋଟିଏ ଭୟ ରହୁଥିଲା। ହେଲେ ଏବେ ଭାରତ ବିପକ୍ଷରେ ଖେଳିବା ପାଇଁ ମିଚେଲ୍‌ ଷ୍ଟାର୍କ ଆସିଯାଇଛନ୍ତି। ତାଙ୍କର ଦ୍ରୁତ ବଲ୍‌ ଓ ବାଉନ୍ସ ଭାରତ ପାଇଁ ଚିନ୍ତାର ବିଷୟ ହେବ। ତେଣୁ ଷ୍ଟାର୍କଙ୍କ ବିପକ୍ଷରେ ପ୍ରଥମ ସ୍ପେଲ୍‌ରେ ବିନା କୌଣସି କ୍ଷତିରେ ଖେଳିବା ଭାରତର ପ୍ରାଥମିକତା ହେବା ଉଚିତ୍‌। ଯଦିଓ ଅଷ୍ଟ୍ରେଲିଆ ଏଠାରେ ୧୦ ବିଜୟ ପାଇଛି, ଏହାସତ୍ତ୍ବେ ଭାରତ ବିପକ୍ଷରେ ଏହା ବଡ଼ ପରୀକ୍ଷା ହେବ।

ସମ୍ବନ୍ଧିତ ଖବର