ହାସିମ ଆମଲା କ୍ରିକେଟର ସବୁ ଫର୍ମାଟରୁ ନେଲେ ଅବସର, ସୁପରଲିଗ ଖେଳିବା ଜାରି ରଖିବେ

ଜୋହାନସ୍‌ବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଜଣାଣୁଣା ବ୍ୟାଟସ୍‌ମ୍ୟାନ୍‌ ହାସିମ ଆମଲା କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଛନ୍ତି। କ୍ରିକେଟ୍‌ ସାଉଥ ଆଫ୍ରିକା (ସିଏସ୍‌ଏ)ର ଅଫିସିଆଲ୍‌ ଟୁଇଟରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର ଲିଗ୍‌ ଖେଳିବା ଜାରି ରଖିବେ।

୩୬ ବର୍ଷିଅ ଆମଲା ଦକ୍ଷିଣ ଆଫ୍ରିକା ପାଇଁ ୧୨୪ଟି ଟେଷ୍ଟ, ୧୮୧ଟି ଦିନିକିଆ ଓ ୪୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ କ୍ରମଶଃ ୯୨୮୨, ୮୧୧୩ ଓ ୧୨୭୭ ରନ୍‌ କରିଛନ୍ତି। ଟେଷ୍ଟରେ ତାଙ୍କର ୩୧୧ ସର୍ବଶ୍ରେଷ୍ଟ ରନ୍‌। ସେହିଭଳି ଦିନିକିଆରେ ୧୫୯ ରନ୍‌ ଓ ଟି-୨୦ରେ ଅପରାଜିତ ୯୭ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର