ବିଶ୍ୱକପ୍‌ରୁ ଟିମ୍‌ ଇଣ୍ଡିଆର ବିଦାୟ ପଛର କାରଣ କହିଲେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ: ଆଇସିସି ବିଶ୍ୱକପ୍‌ ୨୦୧୯ରୁ ଭାରତୀୟ ଟିମ୍‌ ବାଦ୍‌ ପଡ଼ିବା କଥାକୁ ଏଯାଏ ବି ଗ୍ରହଣ କରିପାରୁ ନାହାନ୍ତି ଭାରତୀୟ କ୍ରିକେଟ୍‌ ପ୍ରେମୀ। ମାତ୍ର ଆଉ ଗୋଟାଏ ମ୍ୟାଚ୍‌ ଜିତିଥିଲେ ଫାଇନାଲ୍‌ରେ ପହଞ୍ଚିଥାନ୍ତା ଟିମ୍‌ ଇଣ୍ଡିଆ। ହେଲେ, କାହିଁକି ହାରିଗଲା ନ୍ୟୁଜିଲାଣ୍ଡ୍‌ଠାରୁ? ଏ ପ୍ରଶ୍ନ ସଭିଙ୍କ ମନରେ। ଏ ନେଇ ଏକ ସାକ୍ଷାତ୍‌କାରରେ ମୁହଁ ଖୋଲିଛନ୍ତି ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ।

Zee News

କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ରୋହିତ ଶର୍ମାଙ୍କର ପ୍ରଥମ ୩ ଓଭର୍‌ ଭିତରେ ଆଉଟ୍‌ ହେବା ହିଁ ଟିମ୍‌ ଇଣ୍ଡିଆର ପରାଜୟ ପଛର କାରଣ ବୋଲି କହିଛନ୍ତି ଶାସ୍ତ୍ରୀ। ଏହି ଦୁଇ ଖେଳାଳି ଆଉଟ୍‌ ହୋଇଯିବା ପରେ ଟିମ୍‌ର ଅନ୍ୟ ସମସ୍ତ ଖେଳାଳିମାନେ ଚାପରେ ଆସି ଯିବାରୁ ସେତେଟା ଭଲ ପ୍ରଦର୍ଶନ କରିପାରିଲେ ନାହିଁ ବୋଲି କହିଛନ୍ତି ଶାସ୍ତ୍ରୀ। ମଝି ପର୍ଯ୍ୟାୟ ପାଇଁ ଟିମ୍‌କୁ ଭଲ ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସେମି ଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜ୍‌ଲ୍ୟାଣ୍ଡ୍‌ଠାରୁ ମାତ୍ର ୧୮ ରନ୍‌ରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ।

ସମ୍ବନ୍ଧିତ ଖବର