ଏହି ନାୟିକାଙ୍କ ସହ ଦୁଇ ବର୍ଷରୁ ଊର୍ଧ୍ୱ ହେବ ଡେଟିଂ କରୁଛନ୍ତି ରବି ଶାସ୍ତ୍ରୀ

ନୂଆଦିଲ୍ଳୀ: ଡେଟିଂର କଥା ଉଠିଲେ କ୍ରିକେଟ୍‌ ତାରକା ଓ ବଲିଉଡ୍‌ ତାରକାଙ୍କ ଯୋଡ଼ି ବହୁ ପୁରୁଣା। ପୂର୍ବରୁ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ତାରକାଙ୍କ ନାମ ଯୋଡ଼ି ହୋଇସାରିଛି। ଗତବର୍ଷ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ତା’ର ଏକ ଜ୍ୱଳନ୍ତ ଉଦାହରଣ। କେବଳ ଡେଟିଂ ନୁହେଁ, ପୂର୍ବରୁ ଏମିତି ଅନେକ ଯୋଡ଼ି ବିବାହ ମଧ୍ୟ କରି ସାରିଛନ୍ତି। କ୍ରିକେଟ୍‌ ତାରକାଙ୍କ ସହ ସିନେ ତାରକାଙ୍କ ଯୋଡ଼ିର ଏବେ ପୁଣି ପୁନରାବୃତ୍ତି ହୋଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଖେଳାଳୀ ତଥା ବର୍ତ୍ତମାନ ଭାରତୀୟ ଟିମ୍‌ର କୋଚ୍‌ ଭାବେ ପରିଚିତ ରବି ଶାସ୍ତ୍ରୀଙ୍କ ନାମ ସହ ଯୋଡ଼ି ହୋଇଛି ‘ଟିଫିନ୍‌ ବକ୍ସ’ ଓ ‘ଏୟାର୍‌ଲିପ୍ଟ’ର ନାୟିକା ନିମ୍ରତ କୌରଙ୍କ ସହିତ।

ସୂଚନାରୁ ଜାଣିବାକୁ ମିଳିଛି ଯେ ଏ ଦୁହେଁ କୁଆଡ଼େ ପରସ୍ପରଙ୍କୁ ଗତ ୨ ବର୍ଷ ହେବ ଡେଟିଂ କରୁଛନ୍ତି। ୫୬ ବର୍ଷିଅ ରବି ଶାସ୍ତ୍ରୀ ଓ ୩୬ ବର୍ଷୀୟା ନିମ୍ରତ ୨୦୧୫ ମସିହାରେ ଏକ ଆରାମଦାୟକ କାର୍‌ ବ୍ରାଣ୍ଡ୍‌ରେ ଏକତ୍ର କାମ କରିଥିଲେ। ଶାସ୍ତ୍ରୀ ତାଙ୍କ ପତ୍ନୀ ଋତୁଙ୍କଠାରୁ ଅନେକ ବର୍ଷ ହେବ ଅଲଗା ହୋଇ ସାରିଛନ୍ତି। ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂହଙ୍କ ସହ ରବି ଶାସ୍ତ୍ରୀ ସଂପର୍କରେ ଥିଲେ ବୋଲି କଥା ଉଠିଥିଲା।

ଏକଥାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ଅଭିନେତ୍ରୀ ନିମ୍ରତ କୌର। ସେ କହିଛନ୍ତି କି ‘ରବି ଶାସ୍ତ୍ରୀଙ୍କୁ ଡେଟିଂ କରୁଛି ବୋଲି ଯାହା ସବୁ ମୁଁ ପଢ଼ିଲି ତାହା ଏକ କାହାଣୀ ମାତ୍ର, ଏହାର ବାସ୍ତବିକତା ସହିତ କୌଣସି ସଂପର୍କ ନାହିଁ।’

ସମ୍ବନ୍ଧିତ ଖବର