ଭାରତ, ଇଂଲଣ୍ଡ ବିଶ୍ବକପ୍‌ ଦାବିଦାର: ମିସ୍‌ବା

ଲାହୋର: ସଂପ୍ରତି ଭାରତ ଓ ଇଂଲଣ୍ଡର ପ୍ରଦର୍ଶନ ଦେଖିଲେ ଉଭୟ ଦଳ ଚଳିତ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂବର୍ତନ ଅଧିନାୟକ ମିସ୍‌ବା-ଉଲ୍‌-ହକ୍‌। ଏପର୍ଯ୍ୟନ୍ତ ଉଭୟ ଦଳ ବିଜୟଧାରା ଜାରି ରଖିଛନ୍ତି। ଏହା ମଧ୍ୟରୁ ଭାରତ ୨ ଓ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟ ପାଇଛନ୍ତି। ଏହାକୁ ଦେଖିଲେ ଉଭୟ ଦଳ ନିଶ୍ଚିତ ଆଗରେ ରହିବେ। ଏମାନଙ୍କ ପଛକୁ ଅନ୍ୟଦଳଗୁଡ଼ିକ ରହିବେ ବୋଲି ସେ କହିଛନ୍ତି। କିନ୍ତୁ ପାକିସ୍ତାନ ସବୁଦଳଗୁଡ଼ିକ ତୁଳନାରେ ଅଧିକ ବିପଦ ପୂର୍ଣ୍ଣ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର