ଭାରତ- ଶ୍ରୀଲଙ୍କା କୋଲକାତା ଟେଷ୍ଟ: ଶିଖର ଧାଓ୍ଵନ ୮ ରନ୍‌ କରି ଆଉଟ୍‌, ଭାରତ ୧୩/୨

୍‌କୋଲକାତା : କୋଲକାତାର ଇଡେନ୍‌ ଗାର୍ଡେନ ମଇଦାନରୁ ପାଲ(ତମ୍ବୁ) ଉଠିଯାଇଛି। ସକାଳୁ ଲାଗି ରହଇଥିବା ଝିପି ଝିପି ବର୍ଷ
ା ଛାଡ଼ି ଯାଇଛି। ଦିନ ୧ଟା ବେଳେ ଭାରତ ଶ୍ରୀଲଙ୍କା ୩ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିଥିଲା। ଟସ୍‌ ଜିଣି ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ କରିବାକୁ ଆହ୍ଵାନ ଦେଇଛି। ପ୍ରଥମ ବଲରେ ଭାରତକୁ ଝଟକା ଲାଗିଛି। ଶିଖର ଧାଓ୍ଵନଙ୍କ ସହିତ ଓପନିଂ କରିଥିବା କେ ଲେ ରାହୁଲ ପ୍ରଥମ ବଲରେ ଆଉଟ୍‌ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ପରେ ପରେ ମାତ୍ର ୮ ରନ୍‌ କରି ଶିଖର ଧାଓ୍ଵନ ମଧ୍ୟ ଆଉଟ୍‌ ହୋଇଛନ୍ତି। ଭାରତ ମାତ୍ର ୧୩ ରନ୍‌ରେ ଦୁଇଟି ଉଇକେଟ୍‌ ହରାଇ ବିପଦରେ ପଡ଼ିଛି। ଶ୍ରୀଲଙ୍କାର ପେସ୍‌ ବୋଲର ସୁରଙ୍ଗ ଲାକ୍‌ମଲ ଦୁଇଟି ଉଇକେଟ୍‌ ଅକ୍ତଆର କରିଛନ୍ତି। ପ୍ରଥମେ ସୁରଙ୍ଗ ଲାକ୍‌ମଲ ରାହୁଲଙ୍କୁ ଉଇକେଟ୍‌ କିପରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରିବା ପରେ ଶିଖର ଧାଓ୍ଵନଙ୍କୁ ବୋଲ୍ଡ କରିଥିଲେ।

ସମ୍ବନ୍ଧିତ ଖବର