ଶୃଙ୍ଖଳା ବିଜୟ ପାଇଁ ଭାରତକୁ ମିଳିଲା ୧୯୭ରନ୍‌ ବିଜୟ ଲକ୍ଷ୍ୟ

ରାଜକୋଟରେ ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦: କୋଲିନ ମୁନରୋଙ୍କ ଅପରାଜିତ ଶକତ

ରାଜକୋଟ: କୋଲିନ ମୁନରୋ(ଅପରାଜିତ ୧୦୯)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ଵିକେଟ ହରାଇ ୧୯୬ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ମ୍ୟାଚ ବିଜୟ ପାଇଁ ୧୯୭ ରନ୍‌ ଲକ୍ଷ୍ୟ ମିଳିଛି। ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଶନିବାର ୨ୟ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟରେ ୧୦୫ ରନ୍‌ ସଂଗ୍ରହ କରିଥିଲା। ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥବା କ୍ୱିଓ୍ଵି ଦଳର ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ। ମୁନରୋ କ୍ୟାରିୟରର ୨ୟ ଶତକ ହାସଲ କରିଥିଲେ। ପାଲି ଶେଷ କରିବା ପୂର୍ବରୁ ଟମ୍‌ ବ୍ରାଉସ୍‌ ୧୨ ଟି ବଲ ଖେଲି ଅପରାଜିତ ୧୮ ରନ୍‌ କରିଥିଲେ। ଭାରତର ବୋଲରମାନେ ବିଫଳ ହେବା କାରଣରୁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଏଥିରୁ ଲାଭ ଉଠାଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟରେ ମାର୍ଟିନ ଗୁପଟିଲ(୪୦)ଙ୍କୁ ହରାଇ ଥିଲା। ଗୁପଟିଲ୍‌ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ପ୍ରଥମ ଓ୍ଵିକେଟ ୧୧.୩ ଓଭରରେ ନ୍ୟୁଜିଲାଣ୍ଡ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ୨ୟ ଓ୍ଵିକେଟ ୧୪.୨ଓଭରରେ ୧୪୦ ରନ୍‌ ହୋଇଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୧୨ ରନ ପରେ ମହମ୍ମଦ ସିରାଜଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର