ଭାରତ ବନାମ୍‌ େଓ୍ଵଷ୍ଟ୍‍ ଇଣ୍ଡିଜ୍‌: ୩୬୭ ରନ୍‌ରେ ଭାରତ ଅଲ୍‌ ଆଉଟ୍‌, ୫୬ ରନ୍‌ରେ ଅଗ୍ରଣୀ

ହାଇଦ୍ରାବାଦ: ଭାରତ ଓ େଓ୍ଵଷ୍ଟ୍‍ ଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଙ୍ଗ୍‌ସ୍‌ରେ ୩୬୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଛି।

ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ୩୧୧ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୩୬୭ ରନ୍‌ କରି ୫୬ ରନ୍‌ରେ ଅଗ୍ରଣୀ ରହିଛି।

ଭାରତ ପକ୍ଷରୁ ଋଷଭ ପନ୍ତ୍‌ ୯୨ ରନ୍‌, ଆଜିଙ୍କ୍ୟ ରାହାଣେ ୮୦ ରନ୍‌ ଏବଂ ପୃଥ୍ଵୀ ଶ’ ୭୦ ରନ୍‌ ହାସଲ କରିଛନ୍ତି।

େଓ୍ଵଷ୍ଟ୍‍ ଇଣ୍ଡିଜ୍‌ କ୍ୟାପ୍‌ଟେନ୍‌ ୫୬ ରନ୍‌ ବିନିମୟରେ ୫ଟି ଓ୍ଵିକେଟ୍‌ ଅକ୍ତିଆର୍‌ କରିଛନ୍ତି।

ଦୁଇଟି ଟେଷ୍ଟ୍‍ ସିରିଜ୍‌ ଶେଷ ମ୍ୟାଚ୍‌ର ଆଜି ଥିଲା ତୃତୀୟ ଦିବସ ଏବଂ ଏଥିରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି।

ସମ୍ବନ୍ଧିତ ଖବର