ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଦଳ ଘୋଷିତ

ଭୁବନେଶ୍ବର : ଆଗାମୀ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ଆଜି ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ପ୍ରତିଯୋଗିତା ଡିସେମ୍ବର ୧୪ରୁ ୨୨ ପର୍ଯ୍ୟନ୍ତ ବାଂଲାଦେଶରେ ଅନୁଷ୍ଠିତ ହେବ ।

ମନପ୍ରିତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଥିବାବେଳେ ହରମନପ୍ରିତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଦଳରେ ସ୍ଥାନ ପାଇଥିବା ଡିଫେଣ୍ଡରମାନେ ହେଲେ ଜରମନପ୍ରିତ ସିଂ, ଦୀପସାନ ତିର୍କୀ,ବରୁଣ କୁମାର, ନୀଲମ ସଂଜୀବ ସେସ, ମନଦୀପ ମୋର । ସେହିପରି ମିଡଫିଲଡରମାନେ ହେଲେ ହାର୍ଦିକ ସିଂ, ମନପ୍ରିତ ସିଂ, ଜସକରନ ସିଂ, ସୁମୀତ, ରାଜକୁମାର ପାଲ, ଆକାଶଦୀପ ସିଂ ଓ ଶମସେର ସିଂ ।

ଫରଓ୍ବାର୍ଡମାନେ ହେଲେ ଲଲିତ କୁମାର ଉପାଧାୟ, ଦୀଲପ୍ରୀତ ସିଂ, ଗୁରସହିବଜିତ ସିଂ, ଶୈଲାନନ୍ଦ ଲାକ୍ରା ।  ସେହିପରି ଦୁଇଜଣ ଗୋଲକିପର ହେଲେ କ୍ରିଷ୍ଣନ ବାହାଦୂର ପାଠକ, ସୁରଜ କରକେରା ।

ବର୍ତ୍ତମାନର ଚାମ୍ପିଅନ ଭାରତ ନିଜର ପ୍ରଥମ ମ୍ୟାଚରେ  କୋରିଆ ବିପକ୍ଷରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଜାପାନ, ମାଲେସିଆ, ପାକିସ୍ତାନ ଓ ବାଂଲାଦେଶ ଖେଳୁଛନ୍ତି ।

 

ସମ୍ବନ୍ଧିତ ଖବର