୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଆଶୀର୍ବାଦଙ୍କ ଶତକ, ପୁଣି ସାଇଦୀପଙ୍କ ଚମକ

ବାଲେଶ୍ବର, ରାଉରକେଲା, ଭୁବନେଶ୍ବର ବି’, କଟକ ଏ’ ବିଜୟୀ

କଟକ: ଓସିଏ ପକ୍ଷରୁ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ସୁପରଲିଗ୍‌ ପର୍ଯ୍ୟାୟରେ ଶନିବାର ବାଲେଶ୍ବର, ରାଉରକେଲା, ଭୁବନେଶ୍ବର ବି’ ଓ କଟକ ଏ’ ବିଜୟୀ ହୋଇଛନ୍ତି। ବିଶେଷକରି ରାଉରକେଲାର ଆଶୀର୍ବାଦ ସ୍ବାଇଁଙ୍କ ଶତକ ଏବଂ କଟକ-ଏ ଦଳର ସାଇଦୀପ ମହାପାତ୍ରଙ୍କ ଚମତ୍କାର ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ (୯୩ ରନ୍‌ ଓ ୪ ୱିକେଟ୍‌) ଉଲ୍ଲେଖନୀୟ ରହିଥିଲା। ଟାଉନ କ୍ଲବ୍‌ ପଡ଼ିଆରେ ବାଲେଶ୍ବର ୬ ଵିକେଟ୍‌ରେ ଭଦ୍ରକକୁ ପରାସ୍ତ କରିଛି। ଭଦ୍ରକ ପ୍ରଥମେ ବ୍ୟାଟି˚ କରି ୩୩.୨ ଓଭରରେ ସମସ୍ତ ଵିକେଟ୍‌ ହରାଇ ୮୩ ରନ୍‌ କରିଥିଲା। ବାଲେଶ୍ବରର ସଫଳ ବୋଲର ଭାବେ ଶୁଭଶଙ୍କର ବାରିକ ୪, ଅରୁଣ ରାଉତ ୨ ଵିକେଟ୍‌ ନେଇଥିଲେ। ଜବାବରେ ବାଲେଶ୍ବର ବିଜୟ ଲକ୍ଷ୍ୟକୁ ୧୬.୪ ଓଭରରେ ୪ ଵିକେଟ୍‌ ହରାଇ ହାସଲ କରିନେଇଥିଲା। ରାଜୀବ ଲୋଚନ ସାହୁ (୫୮*) ଅପରାଜିତ ଅର୍ଧଶତକ ଅର୍ଜନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।

ଭୁବନେଶ୍ବରର ପୂର୍ବତଟ ରେଳବାଇ ପଡ଼ିଆରେ ରାଉରକେଲା ୬ ଵିକେଟ୍‌ରେ ଝାରସୁଗୁଡ଼ାକୁ ହରାଇଛି। ଝାରସୁଗୁଡ଼ା ୮ ଵିକେଟ୍‌ ବିନିମୟରେ ୧୯୫ ରନ୍‌ କରିଥିଲା। ଧନଞ୍ଜୟ ଯାଦବ ୩୮, ଅନୁରାଗ ସି˚ହଦେଓ ୩୩ ରନ୍‌ କରିଥିଲା ବେଳେ ରାଉରକେଲାର ସରଣଦୀପ ବରିହା ୩, ବସନ୍ତ ରାଥୋଡ଼ ଓ ଅଙ୍କିତ ମହାନ୍ତି ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ରାଉରକେଲା ୪୭.୧ ଓଭରରେ ୪ ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଶୀର୍ବାଦ ସ୍ବାଇଁ (୧୦୧*) ଅପରାଜିତ ଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶିଷ ମଲ୍ଲିକ ୨୬, ସ୍ନେହାଲ ସାମନ୍ତରାୟ ୩୪ ରନ୍‌ କରିଥିଲେ। ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର ବି’ ୭୩ ରନ୍‌ରେ ସମ୍ବଲପୁରକୁ ପରାସ୍ତ କରିଛି। ଭୁବନେଶ୍ବର ବି’ ଟସ୍‌ ଜିତି ବ୍ୟାଟି˚ ନେଇଥିଲା। ଦଳ ୨୯.୩ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୫୫ ରନ୍‌ କରିଥିଲା। ସୁଶୀଲ ବାରିକ ସର୍ବାଧିକ ୭୭ ରନ୍‌ କରିଥିଲା ବେଳେ ପ୍ରତିପକ୍ଷର ପ୍ରତୀକ ପାଣ୍ତେ ୬ ଓ ବିମଳ କର୍ମକାର ୩ ଵିକେଟ୍‌ ପାଇଥିଲେ। ଜବାବରେ ସମ୍ବଲପୁର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୨ ରନ୍‌ରେ ଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳର ମୃତ୍ୟୁଞ୍ଜୟ ମାନସି˚ହ ୩, ସୁଶୀଲ ବାରିକ ଓ ଦେବାଶିଷ ନାୟକ ୨ ଵିକେଟ୍‌ ଲେଖାଏଁ ନେଇଥିଲେ।

ବୋସ୍‌ ପଡ଼ିଆରେ କଟକ ଏ’ ୯୯ ରନ୍‌ରେ ଭୁବନେଶ୍ବର ଏ’କୁ ହରାଇଛି। ଟସ୍‌ ହାରିଥିବା କଟକ ଏ’ ସମସ୍ତ ଵିକେଟ୍‌ ବିନିମୟରେ ୨୦୬ ରନ୍‌ କରିଥିଲେ। ସାଇଦୀପ ମହାପାତ୍ର ସର୍ବାଧିକ ୯୩ ରନ୍‌ (୧୩୨ ବଲ୍‌, ୮ ଚୌକା, ୩ ଛକା) କରିଥିଲା ବେଳେ ଭୁବନେଶ୍ବରର ସମ୍ବିତ ବରାଳ ୩, ଆଶୁତୋଷ ନାୟକ, ଶୁଭମ୍‌ଶ୍ରୀ ଓ ଅ˚ଶୁମାନ ବେଜ ପ୍ରତ୍ୟେକ ୨ ଵିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ବର ଦଳ ୨୯.୪ ଓଭରରେ ୧୦୭ ରନ୍‌ କରି ସବୁ ୱିକେଟ୍‌ ହରାଇଥିଲା। ସମ୍ବିତ ବରାଳ ୩୨ ରନ୍‌ କରିଥିଲା ବେଳେ ଅଲ୍‌ରାଉଣ୍ଡର ସାଇଦୀପ ମହାପାତ୍ର ୮ ଓଭରରେ ୧୬ ରନ୍‌ ବ୍ୟୟ କରି ୪ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଖୁଣ୍ଟିଆ ଓ ମହମ୍ମଦ ନଇମ୍‌ଉଦ୍ଦିନ୍‌ ଖାନ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର