ଆଇପିଏଲ୍ ବ୍ରାଣ୍ଡ ଭ୍ୟାଲ୍ୟୁ କମିଲା

ନୂଆଦିଲ୍ଲୀ: ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆଇପିଏଲ୍‌ର ବ୍ରାଣ୍ଡ ଭ୍ୟାଲ୍ୟୁ କମିଛି। ୨୦୧୯ରେ ବ୍ରାଣ୍ଡ୍‌ ଆଇପିଏଲ୍‌ର ମୂଲ୍ୟ ୪୭,୫୦୦ କୋଟି ଟଙ୍କା ଥିଲା ବେଳେ ୨୦୨୦ରେ ଏହା ୪୫,୮୦୦ କୋଟି ଟଙ୍କାକୁ ଖସିଛି। ଯାହା ୨୦୧୯ ତୁଳନାରେ ୩.୬ ପ୍ରତିଶତ କମ୍। ୨୦୧୪ ମସିହା ପରଠାରୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍‌ର ବ୍ରାଣ୍ଡ ଭ୍ୟାଲ୍ୟୁ ପ୍ରଥମ ଥର ପାଇଁ ହ୍ରାସ ପାଇଛି। କୋଭିଡ୍-୧୯ ସଙ୍କଟ ପାଇଁ ହିଁ ଏଭଳି ଅପ୍ରତ୍ୟାଶିତ ପରିବର୍ତ୍ତନ ଘଟିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ୍-୧୯ ମହାମାରୀ ସଙ୍କଟ ପାଇଁ ଆଇପିଏଲ୍‌ର ଗତ ସଂସ୍କରଣ ଜୈବ ବଳୟ ଭିତରେ ୟୁଏଇରେ ଖେଳା ଯାଇଥିଲା। ଚଳିତବର୍ଷ ଏହା ଏପ୍ରିଲ ମାସରେ ଭାରତର ୬ଟି ସହରରେ ଖେଳାଯିବ।

ସମ୍ବନ୍ଧିତ ଖବର