ଆଇପିଏଲ ୧୧: ସୁପର କିଙ୍ଗସ୍‌ ବିପକ୍ଷରେ ନାଇଟ ରାଇଡର୍ସ ୬ ଓ୍ଵିକେଟ୍‌ରେ ବିଜୟୀ

କୋଲକାତା: ଶୁଭମନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ(୫୭) ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୪୫ ରନ୍‌(୧୮ଟି ବଲ, ୭ଟି ଚୌକା, ଗୋଟିଏ ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଗୁରୁବାର କୋଲକାତା ନାଇଟ ରାଇଡର୍ସ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ୨ୟ ଇନିଂସରେ ୧୭୯ ରନ୍‌ ଟାର୍ଗେଟ ନେଇ କୋଲକାତା ୧୭.୪ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୦ ରନ୍‌ କରିଛି।

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗସ୍‌ ଗୁରୁବାର ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ଦେଇଥିଲା। ଇଡେନ ଗାର୍ଡେନ ଠାରେ ଚେନ୍ନାଇ ସୁପର କିଙ୍ଗସ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ମିଳିଥିଲା। ଚେନ୍ନାଇ ୪୮ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୯୧ ରନ୍‌ରେ ସେନ୍‌ ଓ୍ଵାଟସନ୍‌, ୧୦୧ ରନ୍‌ରେ ସୁରେଶ ରୈନା, ୧୧୯ ରନ୍‌ରେ ଅମ୍ବାତି ରାୟଡୁ ଓ ୧୭୪ ରନ୍‌ରେ ରବିନ୍ଦ୍ର ଜାଡ଼େଜାଙ୍କୁ ହରାଇଥିଲା।

ଓ୍ଵାଟସନ୍‌ ୩୬ ରନ୍‌, ଡୁ ପ୍ଲେସିସ ୨୭ ରନ୍‌, ସୁରେଶ ରୈନା ୩୧ ରନ୍‌, ଅମ୍ବାତି ରାୟଡୁ ୨୧ ରନ୍‌, ଧୋନି ୪୩ ରନ୍‌ ଓ ରବୀନ୍ଦ୍ର ଜାଦେଜା ୧୨ ରନ୍‌ ସଂଗ୍ରହ କରିଛନ୍ତି। କୋଲକାତାର ପୀୟୁଷ ଚାଓ୍ଵଲା ଓ ସୁନୀଲ ନାରିନ୨-୨ ଟି ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର