ଉଦ୍‌ଘାଟନୀରେ ଧୋନି-କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ପ୍ରଥମ ଦୁଇ ସପ୍ତାହ (୧୭ ମ୍ୟାଚ୍‌) ଲାଗି ମଙ୍ଗଳବାର ସୂଚୀ ‌ଘୋଷିତ ହୋଇଛି। ୨୦୧୯ ସାଧାରଣ ନିର୍ବାଚନକୁ ନଜରରେ ରଖି ଏହି ସୂଚୀ ପ୍ରସ୍ତୁତ ହୋଇଛି। ନିର୍ବାଚନ ତାରିଖ‌ ଘୋଷଣା ପରେ ସ୍ଥାନୀୟ ଭୋଟ ଗ୍ରହଣ ଦିନ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ସୂଚୀ ଘୋଷଣା ହେବ ବୋଲି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ ୨୩ରୁ ଅପ୍ରେଲ୍‌ ୫ ତାରିଖ ମଧ୍ୟରେ ୧୭ ମ୍ୟାଚ୍‌ ବିଭିନ୍ନ ଫ୍ରାଞ୍ଚାଇଜ୍‌ଙ୍କ ୮ଟି ଘରୋଇ ପଡ଼ିଆରେ ଖେଳାଯିବ। ଏହି ସଂସ୍କରଣର ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ସହର ଚେନ୍ନାଇରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଘୋଷିତ ପ୍ରଥମ ପର୍ଯ୍ୟାୟ ସୂଚୀ ଅନୁଯାୟୀ ପ୍ରତ୍ୟେକ ଦଳ ଅତିକମ୍‌ରେ ୪ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ଥିଲା ‌କେ‌ବଳ ଦିଲ୍ଲୀ କ୍ୟାପିଟାଲ (ଡିସି) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୫ ଲେଖାଏଁ ମ୍ୟାଚ୍‌ ଖେଳି‌ବେ।

ଏଥି ସହ ପ୍ରତି ଦଳ ଅତିକମ୍‌ରେ ଘରେ ଓ ବାହାରେ ୨ ଲେଖାଏଁ ମ୍ୟାଚ୍‌ ଖେଳିବେ। କେବଳ ଡିସି ଘରେ ୩ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଆର୍‌ସିବି ବାହାରେ ୩ ମ୍ୟାଚ୍‌ ଖେଳିବ। ସପ୍ତାହର ଶେଷ ଦୁଇ ଦିନ ୨ ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ମ୍ୟାଚ୍‌ ୪ଟା ଏବଂ ସଂଧ୍ୟା ବେଳର ମ୍ୟାଚ୍‌ ୮ଟାରେ ଅନୁଷ୍ଠିତ ହେବାର ରହିଛି। ହେଲେ ଏହାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନ ଲାଗି ‌୨୦୦୯ ଓ ୨୦୧୪ ମସିହା ଆଇପିଏଲ୍‌ ସଂସ୍କରଣ ଦେଶ ବାହାରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ୟୁଏଇ (ଆଂଶିକ)ରେ ଖେଳାଯାଇଥିଲା। ଚଳିତ ବର୍ଷ ବିଶ୍ବକପ୍‌ ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ସାଧାରଣତଃ ଆଇପିଏଲ୍‌ ଅପ୍ରେଲ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ସପ୍ତାହରେ ଶେଷ ହୋଇଥାଏ। କିନ୍ତୁ ଲୋଧା ସମିତି ନିୟମ ଅନୁସାରେ ଆଇପିଏଲ୍‌ ଏବଂ ପରବର୍ତୀ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଅତିକମ୍‌ରେ ୧୫ ଦିନର ବ୍ୟବଧାନ ରହିବା ଜରୁରୀ। ଏସବୁକୁ ନଜରରେ ରଖି ମାର୍ଚ ୨୩ରୁ ଆଇପିଏଲ୍‌ ଦ୍ବାଦଶ ସଂସ୍କରଣର ସୂଚୀ ପ୍ରସ୍ତୁତ ହୋଇଛି।

ଆଇପିଏଲ୍‌ ଅାଂଶିକ ସୂଚୀ

ତାରିଖ ସମୟ ମ୍ୟାଚ୍‌ ସ୍ଥାନ
ମାର୍ଚ ୨୩ ସଂଧ୍ୟା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ
ମାର୍ଚ ୨୪ ଅପରାହ୍ନ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ କୋଲ୍‌କାତା
ମାର୍ଚ ୨୪ ସଂଧ୍ୟା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ
ମାର୍ଚ ୨୫ ସଂଧ୍ୟା ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଜୟପୁର
ମାର୍ଚ ୨୬ ସଂଧ୍ୟା ଦିଲ୍ଲୀ କ୍ୟାପିଟାଲ ବନାମ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ
ମାର୍ଚ ୨୭ ସଂଧ୍ୟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ କୋଲ୍‌କାତା
ମାର୍ଚ ୨୮ ସଂଧ୍ୟା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ ବେଙ୍ଗାଲୁରୁ
ମାର୍ଚ ୨୯ ସଂଧ୍ୟା ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ
ମାର୍ଚ ୩୦ ଅପରାହ୍ନ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୋହାଲି
ମାର୍ଚ ୩୦ ସଂଧ୍ୟା ଦିଲ୍ଲୀ କ୍ୟାପିଟାଲ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଦିଲ୍ଲୀ
ମାର୍ଚ ୩୧ ଅପରାହ୍ନ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ହାଇଦ୍ରାବାଦ
ମାର୍ଚ ୩୧ ସଂଧ୍ୟା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ଚେନ୍ନାଇ
ଅପ୍ରେଲ ୧ ସଂଧ୍ୟା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ଦିଲ୍ଲୀ କ୍ୟାପିଟାଲ ମୋହାଲି
ଅପ୍ରେଲ ୨ ସଂଧ୍ୟା ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜୟପୁର
ଅପ୍ରେଲ ୩ ସଂଧ୍ୟା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ
ଅପ୍ରେଲ ୪ ସଂଧ୍ୟା ଦିଲ୍ଲୀ କ୍ୟାପିଟାଲ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ
ଅପ୍ରେଲ ୫ ସଂଧ୍ୟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ବେଙ୍ଗାଲୁରୁ

ସମ୍ବନ୍ଧିତ ଖବର