ଆଇପିଏଲ୍‌: ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ହାଇଦ୍ରାବାଦ୍‌ କରୁଛି ବ୍ୟାଟିଂ

ଜୟପୁର: ରାଜସ୍ଥାନ ରୟାଲସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୫ତମ ମୁକାବିଲା ହେଉଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ହାଇଦ୍ରାବାଦ୍‌ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜୟ ଶିକାର ହୋଇଛି। ଅଙ୍କ ତାଲିକାରେ ହାଇଦ୍ରାବାଦ୍‌ ୧୦ ପଏଣ୍ଟ ପାଇଁ ୪ର୍ଥ ସ୍ଥାନ ହାସଲ କରିଛି। ରାଜସ୍ଥାନ ରୟାଲସ ୧୧ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ହାରିଛି। ଅଙ୍କ ତାଲିକାରେ ରାଜସ୍ଥାନକୁ ୭ମ ସ୍ଥାନ ମିଳିଛି।

Cricbuzz

ରାଜସ୍ଥାନ ଓ ହାଇଦ୍ରାବାଦ୍‌ ମଧ୍ୟରେ ଚଳିତ ଆଇପିଏଲ୍‌ରେ ଗୋଟିଏ ମ୍ୟାଚ ଗତ ମାର୍ଚ୍ଚ ୨୯ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨ଟି ଓ୍ଵିକେଟ ହରାଇ ୧୯୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୧୯ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୧ ରନ କରିଥିଲା।

ସମ୍ବନ୍ଧିତ ଖବର