କୋହଲି ସବୁବେଳେ ମୋତେ ସମର୍ଥନ କରନ୍ତି: ଈଶାନ୍ତ

ନୂଆଦିଲ୍ଲୀ : ବିରାଟ କୋହଲି ବିଶ୍ବ‌ର ଶ୍ରେଷ୍ଠ କ୍ରିକେଟ୍ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ। ଯେତେବେଳେ ବୋଲର ୱିକେଟ୍‌ ‌ନିଅନ୍ତି ‌‌ସେ ଉତ୍ସବ ପାଳନ କରିବାକୁ ଭୁଲନ୍ତି ନାହିଁ। ତାଙ୍କ ନେତୃତ୍ବରେ ଭାରତ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଅଧିନାୟକତ୍ବରେ ଭାରତୀୟ ଦ୍ରୁ୍‌ତ ବୋଲିଂ ବାହିନୀ ବିଶ୍ବର ଯେ କୌଣସି ବ୍ୟାଟିଂ ବାହିନୀକୁ ଆହ୍ବାନ ଦେବାକୁ ସକ୍ଷମ ହୋଇପାରିଛି। ଏଥିପାଇଁ କୋହଲିଙ୍କୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ପ୍ରଶଂସା କରିଛନ୍ତି। କୋହଲି ତାଙ୍କୁ ସବୁବେଳେ ସହଯୋଗ କରିଆସିଛନ୍ତି ବୋଲି ଈଶାନ୍ତ ବିସିସିଆଇ ଭିଡିଓରେ କହିଛନ୍ତି। ମୟଙ୍କ ଅଗ୍ରୱାଲ୍‌ଙ୍କ ସହ ୨୦୧୮ର ଏକ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ଷ୍ଟିଭେନ୍ ସ୍ମିଥ୍‌ଙ୍କ ସହ କରିଥିବା ପରିହାସ ବିଷୟରେ କଥା ହେଲା ବେଳେ କୋହଲିଙ୍କ ସମର୍ଥନକୁ ପ୍ରଶଂସା କରିବାକୁ ଭୁଲି ନାହାନ୍ତି କୋହଲି। ମୟଙ୍କ ଏହି ଭିଡିଓରେ ଈଶାନ୍ତଙ୍କୁ ପଚାରିଥିଲେ ସ୍ମିଥ୍‌ଙ୍କୁ ପରିହାସ କଲା ବେଳେ କୋହଲିଙ୍କ ପ୍ରତିକ୍ରିୟା କିପରି ଥିଲା। ଏହାର ଉତ୍ତରରେ ଈଶାନ୍ତ କହିଥିଲେ ‌‌ସେ ଜଣେ ଆକ୍ରମଣାତ୍ମକ ଅଧିନାୟକ। ବୋଲରଙ୍କ ଆକ୍ରମଣାତ୍ମକ ଆଚରଣକୁ ଭଲ ପାଇଥାନ୍ତି। ଏଥିପାଇଁ କୋହଲି କିଛି ପଚାରନ୍ତିନି। ସେ ସବୁ ବେଳେ କୁହନ୍ତି ତୁମେ ଯାହା କରୁଛ କର ମୋତେ ୱିକେଟ୍‌ ଦରକାର। ହେଲେ ବାସନ୍ଦ ନହେଲା ପରି କାମ କରିବ। ମୁଁ ପୂର୍ବରୁ ୨୦୧୫‌ରେ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍‌ରେ ବାସନ୍ଦ ହୋଇଥିବାରୁ ସେ ମୋତେ ଏଭଳି ଉପଦେଶ ଦେଇଥିଲେ ବୋଲି ଈଶାନ୍ତ କହିଛନ୍ତି। ଆମେ ପୁନେ ଟେଷ୍ଟ୍‌ ହାରି ଯାଇଥିଲୁ। ଏହାପରେ ବେଙ୍ଗାଲୁରୁରେ ଖେଳିଥିଲୁ। ଏଠାର ୱିକେଟ୍‌ ସେତେ ଭଲ ନଥିଲା। ଏଥିଲାଗି ଆମେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚାପ ପକାଇବା ଲାଗି ଚିନ୍ତା କରୁଥିଲୁ। ସ୍ମିଥ୍‌ ଭଲ ଖେଳୁଥିଲେ। ତାଙ୍କ ଉପରେ ଚାପ ପକାଇବା ଲାଗି ଚେଷ୍ଟା କରିଥିଲି। ମୁଁ ଜାଣିଥିଲି ତାଙ୍କ ୱିକେଟ୍‌ ନେଲେ ଆମେ ମ୍ୟାଚ୍‌ ଜିତିପାରିବୁ। ଏଥିପାଇଁ ମୁଁ ତାଙ୍କୁ ଆଉଟ୍‌ କରିବାକୁ ଚେଷ୍ଟା କରିଥିଲି ବୋଲି ଈଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର