ଆଇଏସ୍ଏଲ୍‌ ଫୁଟ୍‌ବଲ୍: କଳିଙ୍ଗରେ ଜିତିଲା ‌ଗୋଆ ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଅପ୍ରତ୍ୟାଶିତ ମ୍ୟାଚ୍‌ରେ ଇଷ୍ଟ ବେଙ୍ଗଲ୍‌ ଏଫସିକୁ ଗୋଆ ଏଫ୍‌ସି ୨-୧ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଗୋଆ ଏଫ୍‌ସି ଚଳିତ ଋତୁରେ ୩ରୁ ୩ ବିଜୟ ସହ ହ୍ୟାଟ୍ରିକ୍ ଅର୍ଜନ କରିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ୍‌ ଏଫ୍‌ସି ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ପଛରେ ପଡ଼ିଯାଇଛି। ନାଓରେମ୍‌ ମହେଶ ସିଂହଙ୍କ ୪୧ତମ ମିନିଟ୍ ଗୋଲ୍‌ ବଳରେ ଇଷ୍ଟବେଙ୍ଗଲ୍‌ ୭୩ତମ ମିନିଟ୍ ପର୍ଯ୍ୟନ୍ତ ଆଗୁଆ ଥିଲା। କିନ୍ତୁ ସନ୍ଦେଶ ଝିଙ୍ଗାନ୍ (୭୪ତମ ମିନିଟ୍‌) ଏବଂ ଭିକ୍ଟର ରଡ୍ରିଗ୍ବେଜ (୭୫ତମ ମିନିଟ୍‌) ଲଗାତାର ଗୋଲ୍ ଦେଇ ଗୋଆ ଏଫ୍‌ସିକୁ ବିଜୟୀ କରାଇ ଦେଇଥିଲେ। ଏହି ବିଜୟ ସହ ଗୋଆ ଏଫ୍‌ସି ଏବଂ ମୋହନ ବାଗାନ୍ ଏଫସି ହ୍ୟାଟ୍ରିକ୍ ବିଜୟ ସହ ସମାନ ୯ ପଏଣ୍ଟ ଲେଖାଏଁ ପାଇ ମିଳିତ ଭାବେ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର