ବିଷ୍ଣୁଙ୍କ ହାତ ଧରିଲେ ଜ୍ବାଲା

ହାଇଦ୍ରାବାଦ: ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ବାଲା ଗୁଟ୍ଟା ଗୁରୁବାର ତାମିଲ ସୁପରଷ୍ଟାର ବି‌ଷ୍ଣୁ ବିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦରେ ନିରାଡ଼ମ୍ବରରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ଏବଂ ନିକଟତମ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏମାନେ ନିରାଡ଼ମ୍ବର ଏବଂ ‌କମ୍‌ ଲୋକଙ୍କ ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଜ୍ବାଲା ବିବାହ ସହ ହଳଦୀ ଏବଂ ବିବାହ ପୂର୍ବ ଫ‌ଟୋ ସୁଟ୍‌କୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ନିଜ ସମର୍ଥକମାନଙ୍କୁ ସୂଚନା ଦେଇଥିଲେ। ଜ୍ବାଲା ନୀଳ ଓ ନାଲି ରଙ୍ଗର ଶାଢ଼ୀ ପିନ୍ଧି ଥିଲା ‌ବେଳେ ବିଷ୍ଣୁ ଧଳା ରଙ୍ଗର କୁର୍ତ୍ତି ସହ ଧୋତି ପିନ୍ଧି ଥିବା ଫଟୋରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଜ୍ବାଲାଙ୍କ ଜନ୍ମ ଦିନ (୯ ସେପ୍ଟେମ୍ବର ୨୦୨୦)ରେ ବିଷ୍ଣୁ ବିବାହ ଲାଗି ପ୍ରସ୍ତାବ ଦେବା ସହ ମୁଦି ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର