ଜେରିଙ୍କ ଚୁକ୍ତି ମିଆଦ ବଢ଼ାଇଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ଗୁରୁବାର ମିଜୋରାମ ମଧ୍ୟଭାଗ ଖେଳାଳି ଜେରି ମାୱିମିଙ୍ଗଥାମଙ୍କ ସହ ଚୁକ୍ତି ମିଆଦକୁ ବଢ଼ାଇଛି। ୨୪ ବର୍ଷୀୟ ୱିଙ୍ଗର ଗତ ସଂସ୍କରଣରେ ୧୭ ମ୍ୟାଚ୍‌ ଖେଳି ୫ ଗୋଲ୍‌ରେ ନିଜର ସହଭାଗିତା ରଖିଥିଲେ। ଭାରତୀୟ ଭାବେ ଏହା ଗତ ସଂସ୍କରଣରେ ସର୍ବାଧିକ ଥିଲା। ଏହା ବାଦ୍‌ ସେ ଦୁଇଟି ଗୋଲ୍‌ ମଧ୍ୟ କରିଥିଲେ। ଜେରି ଦୁଇଟି ଋତୁରେ ଦଳ ପକ୍ଷରୁ ୩୪ ମ୍ୟାଚ୍‌ ଖେଳି ୪ ଗୋଲ୍‌ ଓ ୧୦ ଗୋଲ୍‌ରେ ସହଭାଗିତା ରଖିଥିଲେ। ସେ ୨୦୧୯-୨୦ ଋତୁରେ ଏଫ୍‌ପିଏଆଇ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଡିଏସ୍‌କେ ଶିବାଜିଆନ୍ସ ଏକାଡେମିରୁ ନିଜର ଫୁଟ୍‌ବଲ୍‌ ଜୀବନ ଆରମ୍ଭ କରିଥିବା ଜେରି ଓଡ଼ିଶା ଏଫ୍‌ସିରେ ଯୋଗ ଦେବା ପୂର୍ବରୁ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସି ଓ ‌ଜାମସେଦପୁର ଏଫ୍‌ସି ପକ୍ଷରୁ ଆଇସିଏଲ୍‌ ଖେଳିବାର ଅଭିଜ୍ଞତା ରଖିଥି‌ଲେ।

ସମ୍ବନ୍ଧିତ ଖବର