କଳାହାଣ୍ଡି କପ୍‌: ଶୈ‌େଳଶ, ଅଂଶୁମାନଙ୍କ ଶତକ; ଶୁଭାଶିଷଙ୍କୁ ୬ ୱିକେଟ

ସମ୍ବଲପୁର, କିଟ୍ ଓ ବଲାଙ୍ଗୀରର ବୃହତ୍‌ ବିଜୟ

କଟକ: ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌ରେ ଶନିବାର ସମ୍ବଲପୁର, କିଟ୍, ଅନୁଗୁଳ, କୋରାପୁଟ, ବଲାଙ୍ଗୀର, ‌ସୋନପୁର ଦଳ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମ୍ବଲପୁର, କିଟ୍‌ ଓ ବଲାଙ୍ଗୀର ଦଳ ବଡ଼ ବିଜୟ ହାସଲ କରିଛନ୍ତି। ସନ୍‌ସାଇନ ପଡିଆରେ ସମ୍ବଲପୁର ୧୫୨ ରନ୍‌ରେ ବରଗଡ଼କୁ ହରାଇ ବୃହତ୍ତ ବିଜୟ ହାସଲ କରିଛି। ସମ୍ବଲପୁର ଦଳ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୧ ରନ୍ କରିଥ‌ିଲା। ଜବାବରେ ବରଗଡ଼ ୨୮ ଓଭରରେ ସମସ୍ତ ୱିକେଟ୍ ୮୯ ରନ୍ କରିବାକୁ ସମର୍ଥ ହୋଇଥିଲା।

ଅଡ଼ଶପୁର ପଡିଆରେ କିଟ୍ ୨୧୭ ରନ୍‌ର ବଡ଼ ବ୍ୟବଧାନରେ ନବରଙ୍ଗପୁରକୁ ପରାସ୍ତ କରିଛି। କିଟ୍ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୦ ରନ୍ କରିଥିଲା। ଜବାବ‌ରେ ନବରଙ୍ଗପୁର ଦଳ ୨୬ ଓଭରରେ ସମସ୍ତ ୱିକେଟ୍ ହରାଇ ୮୩ ରନ୍ କରିଥିଲା। କିଟ୍‌ର ଶୁଭାଶିଷ ସାହୁ ୩୯ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

ଏମ୍‌ଜିଏମ୍ ପଡିଆରେ ଅନୁଗୁଳ‌ ୭ ୱିକେଟ୍‌ରେ ବୌଦ୍ଧକୁ ହରାଇଛି। ବୌଦ୍ଧ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଜବାବରେ ଅନୁଗୁଳ ୩୦.୫ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଡ୍ରିମ୍‌ସ ପଡିଆରେ କୋରାପୁଟ ୫ ୱିକେଟ୍‌ରେ ଦେବଗଡ଼କୁ ହରାଇଛି। ଦେବଗଡ଼ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। ଜବାବରେ କୋରାପୁଟ ୪୩.୧ ଓଭରରେ ୫ ୱିକେଟ୍ ହରାଇ ୨୧୮ ରନ୍ କରି ବିଜୟୀ ହୋଇଥିଲା।

ରେଭେନ୍‌ସା ପଡିଆ-୧ ବଲାଙ୍ଗୀର ୧୨୬ ରନ୍‌ରେ କଳାହାଣ୍ଡିକୁ ହରାଇଛି। ବଲାଙ୍ଗୀର ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଶୈଳେଶ ପଟ୍ଟନାୟକ ୧୪୨ ବଲ୍‌ରୁ ୧୨୫ ଏବଂ ଅଂଶୁମାନ ମିଶ୍ର ୮୫ ବଲ୍‌ରୁ ଅପରାଜିତ ୧୦୭ ରନ୍ କରିଥିଲେ। ଜବାବରେ କଳାହାଣ୍ଡି ଦଳ ୪୬.୧ ଓଭରରେ ୨୦୪ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ରେଭନ୍‌ସା ପଡିଆ-୨ରେ ସୋନପୁର ୫୦ ରନରେ ରାୟଗଡ଼ାକୁ ହରାଇଛି। ସୋନପୁର ୩୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ଜବାବରେ ରାୟଗଡ଼ା ୨୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୮୦ ରନ୍ କରିଥିଲା।

ସମ୍ବନ୍ଧିତ ଖବର