ଖେଲୋ ଇଣ୍ଡିଆ ସଫଳ ସନ୍ତରଣକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମଧ୍ୟପ୍ରଦେଶର ହୋସଙ୍ଗାବାଦ୍‌ଠାରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ୧୬ ବର୍ଷରୁ କମ୍ ସନ୍ତରଣ ସିରିଜ୍‌ରେ ସଫଳତା ହାସଲ କରି ଓଡ଼ିଶାର ପ୍ରତିଯୋଗୀମାନେ ଭୁବନେଶ୍ୱରରେ ସୋମବାର ପହଞ୍ଚିଛନ୍ତି। ବିମାନବନ୍ଦରରେ ସେମାନେ ପହଞ୍ଚିବା ପରେ କଳିଙ୍ଗ ଆକ୍ୱାଟିକ୍ସ କ୍ଲବ୍ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଥିଲେ। ଏମାନଙ୍କ ମଧ୍ୟରେ ଭଦ୍ରା ଶତପଥୀ ଏକାକୀ ୩ ସ୍ୱର୍ଣ୍ଣ ଜିତିଥିଲେ। ଦେଶପ୍ରୀତ୍‌ କୌର ସୋଧି ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟନତାରା କାର୍ତ୍ତିକେୟନ, ପ୍ରାଚୀ ଭରଦ୍ୱାଜ, ମାହିକା ମହାକୁଡ଼, ଆକାଂକ୍ଷା ନାୟକ, ଅଲିଭା ସାମଲ ପ୍ରମୁଖ ପଦକ ବିଜୟୀ ହୋଇଥିଲେ। ବିମାନବନ୍ଦରରେ କଳିଙ୍ଗ ଆକ୍ୱାଟିକ୍ସ କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ଚାରୁଶ୍ରୀ ବେହୁରା, ସାଧାରଣ ସମ୍ପାଦକ ଅମର ମହାନ୍ତି, ଯୁଗ୍ମ ସମ୍ପାଦକ ମନୋଜ ରାୟ, କୋଷାଧ୍ୟକ୍ଷ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ସୁଜାତା ଶତପଥୀ, ଲଳିତେନ୍ଦୁ ପତି, ଲିପ୍‌ସା ରାଉତ, ଦେବାଶିଷ ପଣ୍ଡା, ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର