ଖେଲୋ ଇଣ୍ତିଆ ପୁରୁଷ ହକିରେ ଓଡ଼ିଶାର ଦ୍ବିତୀୟ ବିଜୟ

କଟକ: ପୁନେରେ ଚାଲିଥିବା ଖେଲୋ ଇଣ୍ତିଆର ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ୨୧ ବର୍ଷରୁ କମ୍‌ ଦଳ ଦ୍ବିତୀୟ ବିଜୟ ପାଇଛି। ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ମହାରାଷ୍ଟ୍ରକୁ ୬-୩ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ବୁଧବାର ଦ୍ବିତୀୟ ମ୍ୟାଚ୍‌ରେ ହରିଆନାକୁ ୪-୧ ଗୋଲ୍‌ରେ ହରାଇଛି। ମହାରାଷ୍ଟ୍ର ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ନୀଲମ ସ˚ଜୀବ ଖେସ୍‌ ହରିଆନା ବିପକ୍ଷରେ ଦୁଇଟି ଗୋଲ୍‌ କରିଥିଲେ। ସେ ତୃତୀୟ ଓ ୫୭ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଶିଳାନନ୍ଦ ଲାକ୍ରା (୧୬ ମିନିଟ୍‌), ଗିଗ୍ରୋରି ଖେସ୍‌ (୧୯ ମିନିଟ୍‌) ଅବଶିଷ୍ଟ ଦୁଇଟି ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ହରିଆନା ପକ୍ଷରୁ ମନ୍‌ଦୀପ ମୋର‌୍‌ (୫ ମିନିଟ୍‌) ଏକମାତ୍ର ଗୋଲ୍‌ଟି ଶୁଝି ଦେଇଥିଲେ।

ସମ୍ବନ୍ଧିତ ଖବର