ପିଟରସେନ୍‌ଙ୍କୁ ପ୍ରଶଂସା କଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ୧-୨ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା କିଗାନ ପିଟରସେନ୍‌ଙ୍କୁ ପ୍ରଶଂସାରେ ପୋତିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ‘‘ପିଟରସେନ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ବିଶ୍ବର ଜଣେ ଶ୍ରେ‌ଷ୍ଠ ‌ଖେଳାଳି ହେବାକୁ ଯାଉଛନ୍ତି। ତାଙ୍କର ଏହି ପ୍ରଦର୍ଶନ ମୋ ପିଲାଦିନର ହିରୋ ଗୁଣ୍ଡାପ୍ପା ବିଶ୍ବନାଥଙ୍କୁ ମୋତେ ମନେ ପକାଇ ଦେଉଛି’’ ବୋଲି ଶାସ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଶାସ୍ତ୍ରୀଙ୍କ ସମୟରେ ଡାହାଣହାତୀ ବ୍ୟାଟର୍‌ ବିଶ୍ବନାଥ ଶ୍ରେଷ୍ଠ ବ୍ୟାଟର୍‌ ଥିଲେ। ଭାରତ ପାଇଁ ୯୧ ଟେଷ୍ଟ୍‌ ଓ ୨୫ ଦିନିକିଆ ଖେଳିଥିବା ବିଶ୍ବନାଥ ନିଜ କଚଟିକୁ ଚମତ୍କାର ଭାବେ ବ୍ୟବହାର କରି ସ୍କୋୟାର୍‌ କଟ୍‌ ମାରିବାରେ ମାହିର ଥିଲେ। କେପ୍‌ ଟାଉନ୍‌ ଟେଷ୍ଟ୍‌ରେ ୨୮ ବର୍ଷୀୟ ପିଟରସେନ ଦୁଇଟି ଅର୍ଦ୍ଧଶତକ ହାସଲ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ଏହି ଶୃଙ୍ଖଳାରେ ମୋଟ ୨୭୬ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର