କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ ଆରମ୍ଭ

ସଂଜୀବନଙ୍କ ସହ ୧୮ ମିଳିତ ଶୀର୍ଷରେ

ଭୁବନେଶ୍ୱର, : ଏକାଦଶ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ ଚଳିତ ଶୁକ୍ରବାରଠାରୁ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ୨୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ରାଜ୍ୟର ଏହି ମର୍ଯ୍ୟାଦାଜନକ ଚେସ୍‌ ପ୍ରତିଯୋଗିତାର ଗ୍ରୁପ୍‌ ‘ବି’ରେ ସର୍ବାଧିକ ୪୭୬ ଜଣ ଭାଗ ନେଇଥିବା ବେଳେ ପ୍ରଥମ ଦିବସରେ ୨ ରାଉଣ୍ଡ ସୁଦ୍ଧା ଓଡ଼ିଶାର ସଂଜୀବନ ନାୟକ ମିଳିତ ଶୀର୍ଷରେ ରହିଛନ୍ତି। ସଂଜୀବନଙ୍କ ଭଳି ୨ ରାଉଣ୍ଡ୍‌ରୁ ୨ ପଏଣ୍ଟ୍‌ ପାଇ ମିଳିତ ଶୀର୍ଷରେ ଥିବା ଅନ୍ୟ ଓଡ଼ିଆ ଖେଳାଳିମାନେ ହେଲେ-ସଜନ କୁମାର ନାୟକ, ମହେଶ ପ୍ରସାଦ ସେଠୀ, ଦାଶରଥୀ ସାହୁ, ଦୀନେଶ କୁମାର ବେହେରା, ମନୀନ୍ଦ୍ର କାର୍ଜି, ସୌମ୍ୟରଂଜନ ସାହୁ, ପ୍ରଦୀପ କୁମାର ବିଶୋଇ, ଗୁଣନିଧି ଭୋଇ, ଶ୍ୟାମୁ ହେମ୍ବ୍ରମ୍‌, ପିକେ ବିହାରୀ, ସୁଧୀର କୁମାର ବେହେରା, ରାଜେଶ କୁମାର ନାୟକ, ସାଗର ବିଶ୍ୱାଳ, ପୂର୍ଣ୍ଣ ଖିଲୋ, ବାବୁଲା ଭୋଇ, ସାର୍ଥକ ଦେବତା, ପ୍ରିୟାଂଶ ଦାସ। ଗ୍ରୁପ୍‌ ‘ଏ’ ମୁଖ୍ୟ ବର୍ଗରେ ୧୯ ଗ୍ରାଣ୍ଡମାଷ୍ଟର୍‌ ଏବଂ ୨୩ ଆଇଏମ୍‌ଙ୍କ ସହିତ ୨୯୨ ଜଣ ଭାଗ ନେଇଛନ୍ତି। ପ୍ରଥମ ଦିନ ସମ୍ପନ୍ନ ଗୋଟିଏ ରାଉଣ୍ଡ୍‌ ସୁଦ୍ଧା ୧୨୪ ଜଣ ବିଜୟୀ ହୋଇ ମିଳିତ ଶୀର୍ଷରେ ରହିଛନ୍ତି। ଓଡ଼ିଶା ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ ତାମିଲନାଡୁ ଖେଳାଳି ସେଲଭାରତୀଙ୍କୁ ହରାଇଥିଲେ। ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର ବାଂଲାଦେଶର ମହମ୍ମଦ ହାସନଙ୍କୁ, ପଦ୍ମିନୀ ରାଉତ ନିଜ ଦେଶର ଆର୍ଯ୍ୟନ ବି ଯୋଶୀଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଉତ୍କଳ ରଂଜନ ସାହୁ, ସମ୍ବିତ ପଣ୍ଡା, ଶେଖର ଚନ୍ଦ୍ର ସାହୁ, ସାଇନା ସଲୋନିକା, ବୈଭବ ମିଶ୍ର, କିରଣ ମନୀଷା ମହାନ୍ତି, ଅଂଶୁମାନ ସାମଲ ମଧ୍ୟ ପ୍ରଥମ ରାଉଣ୍ଡ୍‌ ଟପିଛନ୍ତି। ଏହି ପ୍ରତିଯୋଗିତାକୁ ଶୁକ୍ରବାର ସକାଳେ କିଟ୍‌ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ଅନ୍ତର୍ଜାତୀୟ ଆର୍ବିଟର ଦେବାଶିଷ ବରୁଆ, ଏଓସିଏ ସଭାପତି ଶେଖର ଚନ୍ଦ୍ର ସାହୁ, ସମ୍ପାଦକ କେକେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର