ବାସ୍କେଟବଲ୍‌ରେ କିଟ୍‌କୁ ଦ୍ୱିମୁକୁଟ

ଭୁବନେଶ୍ୱର: ସୋଆ ଅନ୍ତଃମହାବିଦ୍ୟାଳୟ ବାସ୍ପେଟ୍‌ବଲ୍‌ ପ୍ରତିଯୋଗିତାରେ କିଟ୍‌ ଦ୍ୱିମୁକୁଟ ହାସଲ କରିଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ କିଟ୍‌ ବିଜେତା ହୋଇ ଏହି ଦ୍ୱୈତ ସଫଳତା ହାତେଇନେଇଛି। ଫାଇନାଲରେ କିଟ୍‌ ପୁରୁଷ ୩୮-୧୪ ପଏଣ୍ଟ୍‌ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏବଂ ମହିଳା ୨୮-୨୧ ପଏଣ୍ଟ୍‌ରେ ସୋଆକୁ ପରାସ୍ତ କରିଥିଲା। ପୁରୁଷ ଫାଇନାଲ୍‌ରେ କିଟ୍‌ ପକ୍ଷରୁ ସାଦବ ଏବଂ ଆଶୁତୋଷ ସର୍ବାଧିକ ୮ ପଏଣ୍ଟ୍‌ ଲେଖାଏଁ ସ୍କୋର୍‌ କରିଥିଲା ବେଳେ ମହିଳା ଫାଇନାଲ୍‌ରେ ହସ୍‌ମାନ୍‌ ପେଦ୍ରୋ (୧୯)ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ କିଟ୍‌ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର