ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ତାଙ୍କ ବଡ଼ ଭାଇ ୪୦ବର୍ଷ ପର୍ଯ୍ୟନ୍ତ ବିବାହ ନକରିବାକୁ ପରାମର୍ଶ ଦେଇଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟର କ୍ରୁଣାଲ ପାଣ୍ଡ୍ୟା ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪୦ବର୍ଷ ପର୍ଯ୍ୟନ୍ତ ବିବାହ ନକରିବାକୁ ପରାମର୍ଶ ଦେଇଛନ୍ତି। କ୍ରୁଣାଲ ଓ ହାର୍ଦ୍ଦିକ ଦୁଇଜଣ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିୟାନ୍ସର ଖେଳାଳି।

କ୍ରୁଣାଲ ପାଣ୍ଡ୍ୟା କହିଛନ୍ତି, ବିବାହକୁ ନେଇ ମୁଁ ସାନ ଭାଇ ହାର୍ଦ୍ଦିକକୁ ଏକ ପରାମର୍ଶ ଦେବାକୁ ଚାହେଁ। ସେ ବିବାହ ଏବେ କରିବେ ନାହିଁ। ୪୦ବର୍ଷ ପରେ ହିଁ ଯାଇ ବିବାହ ବିଷୟରେ ଭାବିବେ। ଏହାହିଁ ତାଙ୍କ ପାଇଁ ଠିକ୍‌ ହେବ ବୋଲି ମୁଁ ଭାବୁଛି। ସେତେ ପର୍ଯ୍ୟନ୍ତ ସେ କେବଳ ସବୁକିଛି ଦେଖିବେ।

କ୍ରୁଣାଲ ପାଣ୍ଡ୍ୟାଙ୍କ ବିବାହ ୨୦୧୭ରେ ପଙ୍ଖୁଡ଼ି ଶର୍ମାଙ୍କ ସହିତ ହୋଇଥିଲା। ତେବେ ସେ ତାଙ୍କ ଭାଇର ବିବାହକୁ ନେଇ ବିବ୍ରତ ନାହାନ୍ତି ଓ ଅନ୍ୟମାନଙ୍କୁ ବି ବିବାହକୁ ନେଇ ବିବ୍ରତ ହେବାକୁ ମନା କରିଛନ୍ତି। ହାର୍ଦ୍ଦିକ ପିଲାବେଳେ ଭାରତୀୟ ଅପେକ୍ଷା ଅଧିକ କୈରେବିଆଇ ଲାଗି ଥାଆନ୍ତି। ସେହିପରି କ୍ରୁଣାଲ୍‌ ନିଜେ ଅଫ୍ରିକି ଭାରତୀୟ ଲାଗିଥାଆନ୍ତି ବୋଲି କହିଛନ୍ତି। ତେଣୁ କ୍ରୁଣାଲ ସାନ ଭାଇଙ୍କୁ ସବୁବେଳେ େଓ୍ଵଷ୍ଟ ଇଣ୍ଡିୟାନ୍‌ କହି ଚିଢ଼ାଉ ଥିଲେ। ଯଦି ହାର୍ଦ୍ଦିକକୁ କେହି କଳା ବୋଲି କହି ଦିଅନ୍ତି ତେବେ ମାଆ ଉକ୍ତ ବ୍ୟକ୍ତିଙ୍କ ସହିତ ଝଗଡ଼ା କରିବା ଆରମ୍ଭ କରି ଦିଅନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ମୁଁ ମୋର ବଡ଼ ଭାଇକୁ ବହୁତ ହଇରାଣ କରିଥାଏ। ଅନେକ ଥର ସେ ଏଭଳି ହଇରାଣ ହୋଇଯାଆନ୍ତି କି ବହୁ ସମୟ ପର୍ଯ୍ୟନ୍ତ ମୋର କଠୋରିକୁ ଆସି ନଥାଆନ୍ତି।

ସମ୍ବନ୍ଧିତ ଖବର