ଆପଣ ହୁଏତ ପିଲାଦିନେ ଏପରି ଅନେକ ଖେଳ ଖେଳିଥିବେ। ଏବେ ହୁଏତ ଏସବୁ କଥା ଆମ ପାଇଁ ଆଉ ସେପରି ଗୁରୁତ୍ୱ ରଖୁ ନାହିଁ। ମାତ୍ର ପିଲାଙ୍କ ସକାଶେ ଏହା ଖୁବ୍ ମଜାଦାୟକ ହୋଇଥାଏ। ଏପରି ଏକ ଖେଳ ଖେଳିବା ସହ ଆପଣ ମନୋରଞ୍ଜନ କରିବା ସହ ନିଜ ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯଦି ଆପଣଙ୍କ ପିଲା ଗଣିତରେ ଟିକେ ଦୁର୍ବଳ ଅଛନ୍ତି ତେବେ ଏପରି କେଳ ସେମାନଙ୍କୁ ବାରମ୍ବାର ଖେଳାନ୍ତୁ। ତେଖିବେ ଖେଳରେ ଖେଳରେ ଗଣିତକୁ ନେଇ ତାଙ୍କ ମନରେ ଥିବା ଭୟ ନିଶ୍ଚୟ କମିଯିବ। ତେବେ, ଶୀର୍ଷକରୁ ତ ଏକଥା ବୁଝି ସାରିବେଣି ନିଶ୍ଚୟ ଯେ ଯେଉଁ ଗଣିତ ଆପଣ ସମାଧାନ କରିବେ ତାହାର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ। ନିମ୍ନରେ ଆମେ ଗଣିତ ସହ ଏହି ପଜଲ୍ର ସମାଧାନ କରିଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ପରୀକ୍ଷା:୧
୧ରୁ ୯ ଭିତରେ ଏକ ସଂଖ୍ୟା ନିଅନ୍ତୁ
ସେଥିରେ ୩ ଗୁଣନ୍ତୁ
ଯାହା ଫଳାଫଳ ବାହାରିଲା ସେଥିରେ ୩ ମିଶାନ୍ତୁ
ଏବେ ଏହି ନୂଆ ଫଳାଫଳରେ ପୁନଶ୍ଚ ୩ ଗୁଣନ୍ତୁ
ଆପଣ ପାଇଥିବା କୌଣସି ଦୁଇ ସଂଖ୍ୟକ ସଂଖ୍ୟାକୁ ପୃଥକ ଭାବେ ମିଶାନ୍ତୁ; ଉଦାହରଣ ୨୬, ୨+୬=୮
ଆପଣଙ୍କ ଫଳାଫଳ କିନ୍ତୁ ୯ (ଠିକ୍ କହିଲି ତ?)
ପରୀକ୍ଷା:୨
ଯେକୌଣସି ସଂଖ୍ୟାଟିଏ ଭାବନ୍ତୁ
ସେଥିରେ ୨ ଗୁଣନ୍ତୁ
ଫଳାଫଳରେ ୬ ମିଶାନ୍ତୁ
ଏବେ ତାହାକୁ ୨ରେ ହରନ୍ତୁ
ଯେଉଁ ସଂଖ୍ୟା ଆପଣ ପାଇଲେ ସେଥିରୁ ଆପଣ ପ୍ରଥମେ ଭାବିଥିବା ସଂଖ୍ୟାଟିକୁ ଫେଡ଼ି ଦିଅନ୍ତୁ
ଯାହା ଫଳାଫଳ ମିଳିଲା ସେଥିରେ ୪ ମିଶାଇ ଦିଅନ୍ତୁ
ଏବେ ଆପଣଙ୍କ ପାଖରେ ୭ ରହିଲା(ଠିକ୍ କହିଲି ତ?)