ଲାଜିଓକୁ କୋପା ଇଟାଲିଆ ମୁକୁଟ

ରୋମା: ଲାଜିଓ କୋପା ଇଟାଲିଆ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ଏହି ଦଳ ୨-୦ ଗୋଲ୍‌ରେ ଆଟଲାଣ୍ଟାକୁ ପରାସ୍ତ କରିଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଧର ଶେଷ ସମୟରେ ସର୍ଗେଜ ମିଲିନକୋଭିକ-ସାଭିକ (୮୨ ମିନିଟ୍‌) ଏବଂ ଜୋକିନ୍‌ କୋରିଆ (୯୦ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ ଦେଇ ଲାଜିଓକୁ ଟ୍ରଫି ଭେଟି ଦେଇଥିଲେ। ୨୦୧୩ ପରେ ଲାଜିଓର ଏହା ପ୍ରଥମ ଏବଂ ମୋଟ ଉପରେ ସପ୍ତମ ଟ୍ରଫି। ଶେଷ ୪ ବର୍ଷ ଜୁଭେଣ୍ଟସ୍‌ ଏହି ଇଟାଲୀୟ ଘରୋଇ ଟ୍ରଫି କବ୍‌ଜା କରି ରଖିଥିଲା।

ସମ୍ବନ୍ଧିତ ଖବର