କୋଭିଡ୍‌ ଗୁଜବକୁ ଖଣ୍ଡନ କଲେ ଲାରା, ଦାୟିତ୍ବହୀନ ଓ ମିଥ୍ୟା ସୂଚନା

ନୂଆଦିଲ୍ଲୀ: କିଂବଦନ୍ତି ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ ବ୍ରାଏନ୍‌ ଲାରା କରୋନା ଆକ୍ରାନ୍ତ। ତାଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରସା‌ରିତ ହୋଇଯାଇଥିଲା। ପ୍ରାୟ ୨୪ ଘଣ୍ଟା ଧରି ପ୍ରସାରିତ ହେବା ପରେ ମଙ୍ଗଳବାର ଏହାକୁ ଅସ୍ବୀକାର କରିବା ସହିତ ଗୁଜବ ବୋଲି କହିଛନ୍ତି ଲାରା। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଏଭଳି ଖବର ଦାୟିତ୍ବହୀନତା ଏବଂ ମିଥ୍ୟା ସୂଚନା ବୋଲି କହିବା ସହିତ ଏହା ଗୁଜବ ଏବଂ ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ବୋଲି ସ୍ପଷ୍ଟ କରିଛନ୍ତି ଲାରା। ମୁଁ ପରୀକ୍ଷା ପାଇଁ ଯାଇଥିଲି ଏବଂ ମୋର ରିପୋର୍ଟ ନେଗେଟିଭ୍‌ ଆସିଛି। ବରଂ ମୋ ବିଷୟରେ ଏଭଳି ମିଥ୍ୟା ସୂଚନା ପ୍ରସାର କରନାହିଁ ବୋଲି ଲୋକମାନଙ୍କୁ ଲାରା ନି‌ବେଦନ କରିଛନ୍ତି।

କ‌ାରଣ ଏଭଳି ଆତଙ୍କିତ ପରିସ୍ଥିତିରେ ଭ୍ରମାତ୍ମକ ଖବର ହୁଏତ ଦୁଃଖର କାରଣ ହୋଇପାରେ। ତେଣୁ ପ୍ରତ୍ୟେକଙ୍କୁ ମୋର ନିବେଦନ, ମୋ ପରୀକ୍ଷା ପଜିଟିଭ୍‌ ରିପୋର୍ଟ ସଂପର୍କରେ ପ୍ରସ‌ାରିତ ସମସ୍ତ ଗୁଜବ ମୁଁ ପଢ଼ିଛି ଏବଂ ଏହାକୁ ସ୍ପଷ୍ଟ କରିଦେବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଲାରା କହିଛନ୍ତି। ଏଭଳି ସୂଚନା କେବଳ ମିଥ୍ୟା ନୁହେଁ, ବରଂ ସାରା ବିଶ୍ବରେ କରୋନା ମହାମାରୀ ପରିସ୍ଥିତିରେ ମନୋବଳ ଦୁର୍ବଳ କରିଦେବ ବୋଲି ମଙ୍ଗଳବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଏବଂ ଟ୍ବିଟର ବ୍ୟବହାର କରି ଲାରା କହିଛନ୍ତି। ଏଭଳି କରି ତୁମେ କେବଳ ମୋତେ ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ କରିନ, ଏଭଳି ଭ୍ରମାତ୍ମକ ସୂଚନାର ପ୍ରସାର ଦାୟିତ୍ବହୀନତାର ପରିଚୟ ଦେଉଛି। ପୁଣି ଦାୟିତ୍ବହୀନତା ଏବଂ ଅନାବଶ୍ୟକ ସୂଚନା ହୁଏତ କାହାରିପାଇଁ ଚିନ୍ତାର କାରଣ ପାଲଟିଯାଇପାରେ ବୋଲି କହି ଏଥିରୁ କ୍ଷାନ୍ତ ରହିବାକୁ ସେ ଗୁଜବକାରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର