ଲତିଫ୍‌ ୫ ବର୍ଷ ବାସନ୍ଦ

ଲାହୋର: ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଖଲିଦ୍‌ ଲତିଫ୍‌ଙ୍କୁ ଭ୍ରଷ୍ଟାଚାର ନିରୋଧୀ ନ୍ୟାୟାଧୀକରଣ ୫ ବର୍ଷ ବାସନ୍ଦ ସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛି। ଲତିଫ୍‌ ପାକିସ୍ତାନ କ୍ରିକେଟ୍‌ ଭ୍ରଷ୍ଟାଚାର ନିରୋଧୀ ନିୟମର ଉଲଂଘନ କରି ୬ ଅପରାଧ କରିଥିବାର ନ୍ୟାୟାଧୀକରଣ ପ୍ରମାଣ ପାଇଥିଲେ। ଗତ ଫେବ୍ରୁଆରିରେ ଦୁବାଇରେ ହୋଇଥିବା ପାକିସ୍ତାନ ସୁପର ଲିଗ୍‌ରେ ଲତିଫ୍‌ ସ୍ପଟ୍‌ ଫିକ୍ସିଂ କରିଥିବା ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନ୍ୟାୟାଧିକରଣଙ୍କ ପାଖରେ ଅଭିଯୋଗ କରିଥିଲା। ଏହାକୁ ବିଚାର କରିବାକୁ ଲାହୋର ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ଗଠିତ ହୋଇଥିଲା। ଲତିଫ୍‌ ୬ଟି ମାମଲାରେ ଦୋଷୀ ବୋଲି ଖଣ୍ଡପୀଠ ପ୍ରମାଣ ପାଇଥିଲେ। ପୂର୍ବରୁ ମଧ୍ୟ ନ୍ୟାୟାଧୀକରଣ ସର୍ଜିଲ ଖାନ୍‌ଙ୍କୁ ଏହି ମାମଲାରେ ୫ ବର୍ଷ ବାସନ୍ଦ କରିଥିଲେ। ଏହି ଦଣ୍ଡାଦେଶ ବିରୋଧରେ ଲତିଫଙ୍କ ଓକିଲ ଅପତ୍ତି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର