ସଂଜୟ ମଂଜରେକର ଏହି ଖେଳାଳିଙ୍କୁ କହିଲେ ଆଜିକାଲିର ବୀରେନ୍ଦ୍ର ସେହେଓ୍ଵାଗ୍‌

ନୂଆଦିଲ୍ଲୀ: ଖେଳ ଜଗତରେ ଏହା ହେଉଛି ଏକ ସାଧାରଣ କଥା ଯେ, ଯେତେବେଳେ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି, ତାଙ୍କୁ ପୂର୍ବତନ ଖେଳାଳିଙ୍କ ସହିତ ତୁଳନା କରାଯାଇଥାଏ। ଯୁବ ଖେଳାଳିଙ୍କ ଶୈଳୀ ଓ ଲୁକ୍‌କୁ ନେଇ ଏହି ତୁଳନା କରାଯାଇଥାଏ। ଭାରତୀୟ କ୍ରିକେଟ୍‌ରେ ମଧ୍ୟ ଆଜିକାଲି ୨ ଜଣ ଯୁବ କ୍ରିକେଟର ଅଛନ୍ତି, ଯାହାଙ୍କୁ ବୀରେନ୍ଦ୍ର ସେହେଓ୍ଵାଗଙ୍କ ସହିତ ତୁଳନା କରାଯାଉଛି। ଭିଭିଏସ୍‌ ଲକ୍ଷ୍ମଣଙ୍କ ଠାରୁ ଆରମ୍ଭ କରି ଅନେକ କ୍ରିକେଟର ପୃଥ୍ଵୀ ସ’ଙ୍କ ବିଷୟରେ କୁହନ୍ତି ଯେ, ତାଙ୍କୁ ଦେଖି ବୀରେନ୍ଦ୍ର ସେହେଓ୍ଵାଗଙ୍କ ବ୍ୟାଟିଂ ମନେପଡୁଛି। ଋଷଭ ପନ୍ତଙ୍କ ନିକଟରେ ସେହେଓ୍ଵାଗଙ୍କ ଝଲକ ଦେଖିବାକୁ ମିଳୁଛି ବୋଲି ସଂଜୟ ମଂଜରେକର କହିଛନ୍ତି।

ପୂର୍ବତନ କ୍ରିକେଟର ଏବଂ ଉଦ୍‌ଘୋଷକ ସଂଜୟ ମଂଜରେକର ଟୁଇଟ୍‌କରି କହିଛନ୍ତି, ଋଷଭ ପନ୍ତ ଆଜିର ଦିନରେ ବୀରେନ୍ଦ୍ର ସେହେଓ୍ଵାଗ ଭଳି ଲାଗୁଛି। ଏହି ବ୍ୟାଟସ୍‌ମ୍ୟାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଦରକାର। ସେ ଯେମିତି ଖେଳାଳି, ତାଙ୍କୁ ସେଭଳି ରହିବା ପାଇଁ ଚିନ୍ତା କରାଯିବାର ଆବଶ୍ୟକତା ଅଛି। ତାଙ୍କୁ ଚୟନ କରାଯାଉ ବା ନଯାଉ, ଖେଳରେ ପରିବର୍ତ୍ତନ ଆସିବ ନାହିଁ।

ସଂଜୟ ମଂଜରେକର ୧୯୯୦ ଦଶକର ଆରମ୍ଭରେ ଭାରତୀୟ ଟିମର ଆଗଧାଡ଼ିର ବ୍ୟାଟସ୍‌ମ୍ୟାନ୍‌ ଥିଲେ। ସେ ୪୭ଟି ଟେଷ୍ଟ ଏବଂ ୭୪ଟି ଦିନିକିଆ ଖେଳିଥିଲେ। ସେ ପାକିସ୍ତାନ ବିପକ୍ଷରେ ଦ୍ୱି-ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର