ବାହାଘର ଭଲ ଅଧିନାୟକ ହେବାରେ ସାହାଯ୍ୟ କରିଛି: କୋହଲି

ନୂଆଦିଲ୍ଲୀ: ବାହାଘର ଅନେକ କିଛି ବଦଳାଇ ଦେଇଛି। ଖାସ୍‌ ଏଥିପାଇଁ ମୋ ନେତୃତ୍ବ ଦକ୍ଷତାରେ ଯଥେଷ୍ଟ ଉନ୍ନତି ଆସିଛି। ତୁଳନାତ୍ମକ ଭାବେ ଆଗ ଅପେକ୍ଷା ମୁଁ ଭଲ ଅଧିନାୟକ ହୋଇ ପାରିଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏହା କହିଛନ୍ତି। ସେହିଭଳି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବ୍ୟକ୍ତିଗତ ଭାବେ ସେ ଅଧିକ ଦାୟିତ୍ବବାନ ହୋଇ ଯାଇଛନ୍ତି ବୋଲି କୋହଲି ସ୍ବୀକାର କରିଛନ୍ତି। ଲଣ୍ଡନରେ ଦେଇଥିବା ଏକ ସାକ୍ଷାତକାର ଅବସରରେ କୋହଲି କହିଛନ୍ତି ବିବାହ ପରେ ଆପଣ ଅଧିକ ଦାୟିତ୍ବବାନ ହୋଇଯାଆନ୍ତି। ଆପଣଙ୍କ ଜୀବନରେ ପୂର୍ବରୁ ଥିବା ଦାୟିତ୍ବଠାରୁ ଏହା ସଂପୂର୍ଣ୍ଣ ଅଲଗା ଓ ଭିନ୍ନ। ଆପଣ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବାକୁ ଆରମ୍ଭ କରନ୍ତି। ମୁଁ ଆଗ ଅପେକ୍ଷା ଟିକିଏ ଦାୟିତ୍ବବାନ ହୋଇ ଯାଇଛି। ଏହା ମଧ୍ୟ ନେତୃତ୍ବ ନେବାରେ ‌ମୋତେ ସହାୟ ହେଉଛି। ୩୦ ବର୍ଷୀୟ କୋହଲି ତୃତୀୟ ଥର ପାଇଁ ଖେଳାଳି ଭା‌ବେ ଏବଂ ପ୍ରଥମ ଥର ଲାଗି ଅଧିନାୟକ ଭାବେ ବିଶ୍ବକପ୍ ଖେଳିବାକୁ ଯାଉଛନ୍ତି। ୨୦୧୧ ଏବଂ ୨୦୧୫ରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳିଥିଲେ। ଏବେ ନିଜେ ନେତୃତ୍ବ ନେଉଛନ୍ତି। କୋହଲିଙ୍କ ନେତୃତ୍ବରେ ଭାରତ ଇଂଲଣ୍ଡରେ ତୃତୀୟ ଥର ପାଇଁ ବିଶ୍ବକପ୍ ଜିତିବାକୁ ଚେଷ୍ଟା କରିବ।

ସମ୍ବନ୍ଧିତ ଖବର