୨୦୨୨ ବିଶ୍ବକପ୍‌ ପରେ ଅବସର ନେବେ ମିତାଲି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍‌ରେ ଖେଳାଯିବାକୁ ଥିବା ୨୦୨୨ ମସିହାର ଦିନିକିଆ (୫୦ ଓଭର) ମହିଳା ବିଶ୍ବକପ୍‌ ପରେ ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ ଅବସର‌ ନେବେ ବୋଲି ଆଭାସ ଦେଇଛନ୍ତି। ୨୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ସେ ଅବସର ନେବେ ବୋଲି ମିତାଲି ସୂଚନା ଦେଇଛନ୍ତି। ବୋରିଆ ମଜୁମଦାର ଓ ଗୌତମ ଭଟ୍ଟାଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘୧୯୭୧: ଦ ବିଗିନିଂ ଅଫ୍‌ ଇଣ୍ଡିଆସ୍‌ କ୍ରିକେଟିଂ ଗ୍ରେଟନେସ୍‌’ର ଭର୍ଚୁଆଲ୍ ଉନ୍ମୋଚନ ଅବସରରେ ମିତାଲି ଏଭଳି ସୂଚନା ଦେଇଥିଲେ। ଏକମାତ୍ର ମହିଳା କ୍ରିକେଟର୍‌ ଭାବେ ୭,୦୦୦ ଦିନିକିଆ ରନ୍‌ କରିଥିବା ମିତାଲିଙ୍କୁ ଏହି ଅବସରରେ ସୁନିଲ ଗାଭାସ୍କର ମଧ୍ୟ ପ୍ରଶଂସା କରିଥିଲେ। ବିରାଟ କୋହଲିଙ୍କ ଦଳକୁ ଅନୁସରଣ କରିବାକୁ ବି ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର