ଆଇପିଏଲ ଉପରେ ପୁଣି କରୋନା କଳାବାଦଲ : ହାଇଦ୍ରାବାଦ ଦଳର  ଟି. ନଟରାଜନ ସଂକ୍ରମିତ

ଦୁବାଇ : ଆଇପିଏଲ ଉପରେ ପୁଣି ଥରେ କରୋନାର କଳାବାଦଲ ଦେଖାଦେଇଛି । ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଥିବାବେଳେ ହାଇଦ୍ରାବାଦ ଖେଳାଳୀ ଟି.ନଟରାଜନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମ୍ୟାଚ ଖେଳାଯିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ମ୍ୟାଚକୁ ବାତିଲ କରାଯାଇନାହିଁ ।

ହାଇଦ୍ରାବାଦ ଦଳର ଖେଳାଳୀ ବିଜୟ ଶଙ୍କର, ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର, ଡ.ଅଞ୍ଜନା ବାନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାରସ୍ବାମୀ ଗଣେଶନ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ସେମାନଙ୍କୁ ଏକାନ୍ତବାସରେ ରଖାଯାଇଛି । ମାତ୍ର ଅନ୍ୟମାନଙ୍କ ଆରଟିପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ ଥିବା ଜଣାଯାଇଛି ।

ବିଭିନ୍ନ ଦଳର ୪ ଜଣ ଖେଳାଳୀ କରୋନା ସଂକ୍ରମିତ ହେବା ଯୋଗୁଁ ଚଳିତ ବର୍ଷ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୪ ମାସ ପରେ ଆଇପିଏଲର ଅବଶିଷ୍ଟ ମ୍ୟାଚକୁ ୟୁଏଇରେ ଖେଳାଯାଉଛି । କିନ୍ତୁ ଏଥର ବି ଯଦି କରୋନା ବ୍ୟାପେ ତେବେ ପୁଣି ଥରେ ଆଇପିଏଲ ସ୍ଥଗିତ ରହିବାର ଆଶଙ୍କା ଦେଖାଦେଇଛି ।

 

ସମ୍ବନ୍ଧିତ ଖବର