ଜାତୀୟ ଫେନ୍‌ସିଂ ପ୍ରତିଯୋଗିତା ଆଜିଠୁ

ଭୁବନେଶ୍ୱର: କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ୍‌ରେ ଆସନ୍ତାକାଲିଠାରୁ ୫ ଦିନିଆ ଜାତୀୟ ଫେନ୍‌ସିଂ (ବିଂଶତମ ୧୪ ବର୍ଷରୁ କମ୍‌ ଉପକନିଷ୍ଠ ଏବଂ ୧୭ ବର୍ଷରୁ କମ୍‌ ପଞ୍ଚଦଶ କ୍ୟାଡେଟ୍‌) ପ୍ରତିଯୋଗିତା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ଫେନ୍‌ସିଂ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗ (ଫଏଲ୍‌, ଇପି ଓ ସବ୍ରି)ରେ ପ୍ରତିଦ୍ୱନ୍ଦ୍ୱିତା ହେବ। ୧୬ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ଉପକନିଷ୍ଠ ଓ କ୍ୟାଡେଟ୍‌ ଦଳ ଘୋଷିତ ହୋଇଛି।

ସମ୍ବନ୍ଧିତ ଖବର