ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ: ତନ୍‌ଭିଙ୍କୁ ମୁକୁଟ

ଭୁବନେଶ୍ବର : ଲକ୍ଷ୍ନୌରେ ଆୟୋଜିତ ୩୪ତମ ଉପକନିଷ୍ଠ ୧୩ ବର୍ଷରୁ କମ୍‌ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ବାଳିକା ବର୍ଗରେ ଓଡ଼ିଆ ଝିଅ ତନ୍‌ଭି ପାତ୍ରୀ ବିଜେତା ହୋଇଛନ୍ତି। ବାଳିକା ଏକକ ଫାଇନାଲ୍‌ରେ ସେ ୨୧-୭, ୨୧-୧୦ରେ ଉତ୍ତର ପ୍ରଦେଶ‌ର ଦିବ୍ୟାଂଶୀ ଗୌତମଙ୍କୁ ମାତ୍‌ ଦେଇଥିଲେ। ବାଳକରେ ତେଲେଙ୍ଗାନାର ନିଶାନ୍ତ ଟ୍ରଫି କରାୟତ୍ତ କରିଥିଲେ। ବାଳକ ‌ଏକକ ଫାଇନାଲ୍‌ରେ ନିଶାନ୍ତ ୧୯-୨୧, ୨୧-୧୨, ୨୨-୨୦ରେ ଆନ୍ଧ୍ରପ୍ରଦେଶର ଅଖିଳ ରେଡ୍ଡୀ ବୋପାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର