ଜାତୀୟ ଉପକନି‌‌ଷ୍ଠ ଉଷୁ: ଓଡ଼ିଶା ଦଳର ପଞ୍ଜାବ ଯାତ୍ରା

ଭୁବନେଶ୍ବର: ଆସନ୍ତା ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ‌ପଞ୍ଜାବରେ ହେବାକୁ ଥିବା ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତା ଲାଗି ରବିବାର ଓଡ଼ିଶା ଦଳ ଯାତ୍ରା କରିଛି। ପ୍ରଶିକ୍ଷକ ଭାବେ ଜିତେନ୍ଦ୍ର ଦାଶ ଓ ଦଲମୁ ଖଡ଼ଙ୍ଗକେଲ୍‌ ଏବଂ ପ୍ରବନ୍ଧକ ଭାବେ ସୁଧାଂଶୁ ପଣ୍ଡା ଓ ଅନୁରାଧା ଦୋରା ଦଳ ସହ ଗସ୍ତ କରିଛନ୍ତି। ବିଚାରକ ଭାବେ ପ୍ରଦ୍ୟୁମ୍ନ ବେହେରା ଏବଂ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରତିଯୋଗିତାରେ ଯୋଗଦେବେ। ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଉଷୁ ସଂଘର ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ ଶୁଭକାମନା ଜଣାଇଛନ୍ତି।

ବାଳକ ଦଳ: ସୋନୁ ଖୋସଲା, ସୋନୁ ଟକ୍ରି, ହ୍ରିତେଶ କୁମାର ସ୍ବାଇଁ, ପ୍ରଦ୍ୟୁମ୍ନ ଷଡ଼ଙ୍ଗୀ, ସ୍ବୟଂଶୁ ପଣ୍ଡା, ଶୁଭମ ଖୋସଲା, ନିତେଶ କୁମାର‌ ବେହେରା, ଚନ୍ଦନ କୁମାର ଡାକୁଆ, ଆଦିତ୍ୟ ଜେନା, ଆଶୁତୋଷ ମହାରଣା, ଟୁନୁ ଟକ୍ରି, ଅର୍ପନ କୁମାର ମହାଲିକ।

ବାଳିକା ଦଳ: ସୃଷ୍ଟି ସିଂହ, ସୋନାଲି ପାଟିଲ, ମୋନାଲିସା ‌ଦେହୁରି, ପାୟଲ ପଟ୍ଟନାୟକ, ନୁପୁର ପଟ୍ଟନାୟକ, ତନିଶା ସାହୁ, ସ୍ନେହ ସାମନ୍ତରାୟ, ଦିୟା କାଜୋରିଆ, ସାକ୍ଷୀ ସଙ୍ଘି, କ୍ରିତିକା ପସେରି, ସୋନାଲି ବାରିକ।

ସମ୍ବନ୍ଧିତ ଖବର