ସର୍ବଭାରତୀୟ କନିଷ୍ଠ ରଗ୍‌ବି: ମହିଳାରେ କିସ୍‌ ବିଜେତା

ବାରିପଦା: ଗତ ୫ ତାରିଖରୁ ବାରିପଦା ଲ’ କଲେଜ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ରଗ୍‌ବି ପ୍ରତିଯୋଗିତାର ମହିଳା ବର୍ଗରେ କିସ୍‌ ଏବଂ ପୁରୁଷ ବର୍ଗରେ ଜଙ୍ଗଲ କ୍ରୋଚ୍‌ ବିଜେତା ହୋଇଛନ୍ତିି। ରବିବାର ଫାଇନାଲ୍‌ରେ କିସ୍‌ ମହିଳା ୫-୦ରେ ଜଙ୍ଗଲ୍‌ କ୍ରୋଜ୍‌କୁ ପରାସ୍ତ କରି ଟ୍ରଫି ହାତେଇଥିଲା ବେଳେ ଜଙ୍ଗଲ୍‌ କ୍ରୋଜ୍‌ ପୁରୁଷ ଦଳ ଦିଲ୍ଲୀ ରିବେଲ୍‌ସକୁ ୧୩-୫ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ତେବେ ଉଭୟ ମହିଳା ଓ ପୁରୁଷ ବର୍ଗରେ ମହାରାଷ୍ଟ୍ର ତୃତୀୟ ସ୍ଥାନ ପାଇଛି। ଦୁଇଟି ଯାକ ମ୍ୟାଚ୍‌ରେ ଦିଲ୍ଲୀ ହରିକେନ୍‌ସକୁ ପରାସ୍ତ କରିଛି ମହାରାଷ୍ଟ୍ର। ପୁରୁଷ ପ୍ଲେଟ୍‌ ଫାଇନାଲ୍‌ରେ ଭୁବନେଶ୍ୱର ୧୫-୧୦ରେ ବିହାରକୁ ପରାସ୍ତ କରି ବିଜେତା ହୋଇଛି।

ସମ୍ବନ୍ଧିତ ଖବର