ଜାତୀୟ ଟେନିକଏଟ୍‌ରୁ ଓଡ଼ିଶା ବିଦା

କଟକ: ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଖେଳାଯାଉଥିବା ଜାତୀୟ ଟେନିକଏଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛି। ସୋମବାର ସଂଧ୍ୟାରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚର ପଣ୍ଡିଚେରୀ ୩-୦ରେ ଓଡ଼ିଶାକୁ ହରାଇଦେଇଥିଲା। ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଦିଲ୍ଲୀ ଓ ପଶ୍ଚିମବଙ୍ଗକୁ ଯଥାକ୍ରମେ ୩-୦ ସେଟ୍‌ରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା। ଅନ୍ୟ କ୍ୱାର୍ଟର ମୁକାବିଲାରେ ତାମିଲନାଡୁ ୩-୦ରେ ମହାରାଷ୍ଟ୍ରକୁ, କର୍ଣ୍ଣାଟକ ୩-୦ରେ ଆନ୍ଧ୍ରପ୍ରଦେଶକୁ ହରାଇଛନ୍ତି। କେରଳ ଓ ତେଲେଙ୍ଗାନା ମଧ୍ୟରେ ମଙ୍ଗଳବାର କ୍ୱାର୍ଟର ମୁକାବିଲା ଅନୁଷ୍ଠିତ ହେବ। ମହିଳା ବିଭାଗରେ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ଦିଲ୍ଲୀକୁ ୩-୦ରେ ହରାଇଥିଲାବେଳେ ପଣ୍ଡିଚେରୀଠୁ ପରାସ୍ତ ହୋଇ କ୍ୱାର୍ଟର ଦୌଡରୁ ବାଦ୍‌ ପଡ଼ିଥିଲା। ମଙ୍ଗଳବାର ପଣ୍ଡିଚେରୀ-ଉତ୍ତରାଖଣ୍ଡ, ତେଲେଙ୍ଗାନା-ମହାରାଷ୍ଟ୍ର, ତାମିଲନାଡୁ-କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ-କେରଳ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର