ଜାତୀୟ ବାଳିକା ଫୁଟ୍‌ବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ଗୋଆରେ ଆରମ୍ଭ ହେବାକୁ ଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଜବାମଣି ଟୁଡୁଙ୍କ ନେତୃତ୍ୱରେ ଦଳରେ ୨୦ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଗୀତାଞ୍ଜଳି ଖୁଣ୍ଟିଆ ମୁଖ୍ୟ ପ୍ରଶିକ୍ଷକ, ସୁଲତାନା ପରଓ୍ଵିନ୍‌ ପ୍ରବନ୍ଧକ ରହିବେ। ଏହି ପ୍ରତିଯୋଗିତା ଚଳିତ ମାସ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଓଡ଼ିଶା ଦଳ: ସଂଯୁକ୍ତା ତିର୍କି, ଫର୍ଣ୍ଣାମ୍‌ ଫିର୍ଦ୍ଦୋସ୍‌, ମଂଜୁ ଗଞ୍ଜୁ, ସୁମିତ୍ରା ହେମ୍ବ୍ରମ୍‌, ମନୀଷା ନାଏକ, ସୋନି ବେହେରା, ସୁମନ ପ୍ରଜ୍ଞା ମହାପାତ୍ର, ସୁସ୍ମିତା ଦଳେଇ, ମୁନିକା ମିଞ୍ଜ, ଶିବାନୀ ମୁଣ୍ଡାରୀ, ମାକ୍ସିମା କୁଜୁର, ସୁସ୍ମିତା ତନ୍ତୀ, ଶାନ୍ତି ମୁର୍ମୁ, ଇଭା ପାନ୍ନା, ଜବାମଣୀ ଟୁଡୁ, ଦୀପା ନାୟକ, ଯଶୋଦା ମୁଣ୍ଡା, ବନ୍ୟା କବିରାଜ, କାମିନି ମୁଣ୍ଡା, ଶୁଭଦ୍ରା ନାୟକ।

ସମ୍ବନ୍ଧିତ ଖବର