କ୍ରୀଡ଼ା ଗ୍ରାମରେ ଉଡ଼ିଲା ତ୍ରିରଙ୍ଗା

ଜାକର୍ତା: ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ ଆଉ ମାତ୍ର ଗୋଟିଏ ଦିନ ବାକି ଥିଲା ବେଳେ ଗୁରୁବାର ଭାରତୀୟ ଜାତୀୟ ପତାକା ‘ତ୍ରିରଙ୍ଗା’ ଜାକର୍ତା କ୍ରୀଡ଼ା ଗ୍ରାମରେ ଉଡ଼ିଛି। ଏକ ନିରାଡ଼ମ୍ବର ପତାକା ଉତ୍ତୋଳନ ଉତ୍ସବରେ ଗୁରୁବାର କ୍ରୀଡ଼ା ଗ୍ରାମରେ ଭାରତୀୟ ପ୍ରତିନିଧିମଣ୍ଡଳିର ଚିଫ୍‌ ଡି ମିସନ୍‌ ବ୍ରିଜ୍‌ ଭୂଷଣ ସିଂହ ଶରନ୍‌ ଏବଂ ଦୁଇ ଉପ ଚିଫ୍‌ ଡି ମିସନ୍‌ଙ୍କ ସମେତ ଭାରତୀୟ ପୁରୁଷ ହକି ତାରକା ଓ କୁସ୍ତିବିତ୍‌ଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉଡ଼ିଥିଲା। କ୍ରୀଡ଼ା ଗ୍ରାମରେ କେବଳ ହକି ଖେଳାଳି ଓ କୁସ୍ତିବିତ୍‌ ପୂର୍ବରୁ ପହଞ୍ଚି ସାରିଥିବାରୁ ସେମାନେ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ଥିଲେ।  ଏହି ଅବସରରେ ଆୟୋଜକ ସମିତିର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଅଭିନନ୍ଦନ ଏବଂ ଭାରତୀୟ ଆଥ୍‌ଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଅପରାହ୍ନରେ ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳାଳିମାନେ ଭାରତୀୟ ଶିବିରରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ପ୍ରଶିକ୍ଷକ ଜୀସାନ୍‌ ଅଲ୍ଲୀଙ୍କ ନେତୃତ୍ୱରେ ଟେନିସ ଖେଳାଳି ସିଙ୍ଗାପୁରରୁ ସିଧାସଳଖ ପାଲେମ୍‌ବାଙ୍ଗ୍‌ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର