ନଭଦୀପଙ୍କୁ ମିଳିଲା ଡିମେରିଟ୍‌ ପଏଣ୍ଟ୍‌

ଲାଉଡରହିଲ୍: ଭାରତୀୟ ଯୁବ ଦ୍ରୁତ ବୋଲର ନଭଦୀପ ସଇନିଙ୍କୁ ସୋମବାର ଆଇସିସି ନିୟମ ଉଲ୍ଲଂଘନ ନେଇ ଗୋଟିଏ ଡିମୋରିଟ୍‌ ପଏଣ୍ଟ୍‌ ମିଳିଛି। ଶନିବାର ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌‌ ବେଳେ ସେ ନିକୋଲାସ ପୂରନଙ୍କୁ ଆଉଟ୍‌ କରିବା ପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ପଡ଼ିଆ ଛାଡ଼ିବାକୁ ସଙ୍କେତ ଦେଇଥିଲେ। ସେଥିପାଇଁ ଆଇସିସି ନିୟମର ଧାରା ୨.୫ରେ ସେ ଦଣ୍ଡିତ ହୋଇଥିଲେ। ସଇନି ନିଜର ଦୋଷ ଓ ଦଣ୍ଡକୁ ସ୍ବୀକାର କରିନେଇଥିବାରୁ ଆଉ ଅଧିକ ଶୁଣାଣିର ଆବଶ୍ୟକ ନାହିଁ ବୋଲି ଆଇସିସି ମ୍ୟାଚ୍‌ ରେଫରି ଜେଫ୍‌ କ୍ରୋ ପ୍ରକାଶ କରିଛନ୍ତି।‌ ଫ୍ଲୋରିଡାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟିରେ ସଇନି ୩/୧୭ ସଫଳତା ପାଇଥିଲେ ଏବଂ ଭାରତ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତିଥିଲା।

ସମ୍ବନ୍ଧିତ ଖବର