ଜାଡେଜାଙ୍କୁ ନଟଆଉଟ ଘୋଷଣା କରିବା ପରେ ଖୁସିରେ ନାଚିଲେ ଜିଭା; ରାଇନା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ମ୍ୟାଚରେ କେଏଲ୍ ରାହୁଲ ୯୮ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଅନ୍ୟପକ୍ଷରେ ଏହି ମ୍ୟାଚରେ ଧୋନିଙ୍କ ଝିଅ ଜିଭା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି।

ବାସ୍ତବରେ ଏଥର ଦର୍ଶକ ଗ୍ୟାଲେରିରେ ଜିଭାଙ୍କ ନୃତ୍ୟ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି। ଜିଭାଙ୍କ ନୃତ୍ୟ ଦେଖିବା ପରେ ରାଇନା ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ ତାହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ପାଳିର ୧୯ତମ ଓଭରରେ ପଂଜାବ କିଙ୍ଗ୍‌ସର ବୋଲର ଅର୍ଶଦୀପ ସିଂହଙ୍କ ବଲକୁ ପ୍ୟାଡ୍‌ରେ ଖେଳାଯାଇଥିଲା, ଯେଉଁଥି ପାଇଁ ଆଉଟ୍‌ ଅପିଲ କରାଯାଇଥିଲା। ଜାଡେଜାଙ୍କୁ ନଟଆଉଟ ଘୋଷଣା କରାଯାଇଥିଲା।

ଏହାପରେ ପଞ୍ଜାବର ଅଧିନାୟକ କେଏଲ୍ ରାହୁଲ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସମୀକ୍ଷା ଦେଖିବା ପରେ ଦେଖାଗଲା ଯେ ବଲ୍ ଲେଗ ଷ୍ଟମ୍ପରୁ ବାହାରେ ଯାଉଛି । ଏଭଳି ପରିସ୍ଥିତିରେ ତୃତୀୟ ଅମ୍ପାୟର ମାହିଙ୍କୁ ନଟଆଉଟ୍ ବୋଲି ଘୋଷଣା କରିଥିଲେ।

ଏହା ପରେ କ୍ୟାମେରା ମ୍ୟାନ୍ ସଙ୍ଗେ ସଙ୍ଗେ କ୍ୟାମେରାକୁ ଦର୍ଶକ ଗ୍ୟାଲେରି ଆଡ଼କୁ ବୁଲାଇ ଦେଇଥିଲେ। କ୍ୟାମେରା ଫ୍ରେମରେ ଧୋନିଙ୍କ ଝିଅ ଜାଡେଜା ନଟ ଆଉଟ ହେବା ଖୁସିରେ ନାଚୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ସୁରେଶ ରାଇନା ଜିଭାଙ୍କୁ ନାଚୁଥିବା ଦେଖି ହସୁଥିବା ବି ନଜରକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର