ବକ୍ସିଂରେ ଭାରତକୁ ୨ଟି ସ୍ୱର୍ଣ୍ଣ: ନିତୁ ଓ ଅମିତ ଜିତିଲେ ସ୍ୱର୍ଣ୍ଣ ପଦକ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ଆଜି ୨ଟି ସ୍ବର୍ଣ୍ଣ ପଦକ ମିଳିଛି | ଆଜି ଖେଳିଯାଇଥିବା ୪୮ କେଜି ପୁରୁଷ ବକ୍ସିଂରେ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିବାବେଳେ ୪୮ କେଜି ମହିଳା ବକ୍ସିଂରେ ନିତୁ ଘନଘାସ ସ୍ବର୍ଣ୍ଣ ଜିତିଛନ୍ତି | ଦୁଇଟି ସ୍ୱର୍ଣ୍ଣ ପଦକ ପରେ ଭାରତର ପଦକ ସଂଖ୍ୟା ୪୩କୁ ବୃଦ୍ଧି ପାଇଥିବାବେଳେ ଭାରତକୁ ୧୫ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଚ ପଦକ ମିଳିଛି | ଭାରତୀୟ ବକ୍ସର ଅମିତ ପଙ୍ଗଲ ପୁରୁଷ ୪୮-୫୧ କିଲୋଗ୍ରାମ(ଫ୍ଲାଇୱେଟ) ବର୍ଗର ଫାଇନାଲରେ ଇଂଲଣ୍ଡର କିରେନ ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ନିତୁ ଘନଘାସ ଆୟୋଜକ ଇଂଲଣ୍ଡର ବକ୍ସର ଡେମି ଜେଡଙ୍କୁ ପରାସ୍ତ କରି ମହିଳା ୪୮ କିଲୋଗ୍ରାମ ଫାଇନାଲରେ ସ୍ୱର୍ଣ୍ଣ ଜିତିଛନ୍ତି।

ଭାରତୀୟ ବକ୍ସର ନିତୁ ଘନଘାସ ଡେମିଙ୍କୁ ୫-୦ରେ ପରାସ୍ତ କରି କମନୱେଲଥ ଗେମ୍ସ ମହିଳା ମିନିମମୱେଟ (୪୫-୪୮ କିଲୋଗ୍ରାମ) ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପଟେ ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିବା ପାଇଁ ସିଙ୍ଗାପୁରର ଜିଆ ମିନ ୟୋଙ୍କୁ ୨୧-୧୯, ୨୧-୧୭ରେ ପରାସ୍ତ କରିଛନ୍ତି | ଏହା ସହ ସେ ଅତିକମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବ୍ରୋଞ୍ଚ ପଦକ ଜିତିଥିଲେ |

ସମ୍ବନ୍ଧିତ ଖବର