ସୁମିତ୍ରା ନୂଆ ସଭାପତି, ପ୍ରସନ୍ନ ସମ୍ପାଦକ

ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘ ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘ (ଓବିବିଏ)ର କର୍ମକର୍ତା ନିର୍ବାଚନ ଶୁକ୍ରବାର ଲୁଇସରୋଡସ୍ଥିତ ପାନ୍ଥ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ମହମ୍ମଦ କୁତବୁଦ୍ଦିନ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, କୋଷାଧ୍ୟକ୍ଷ ତରୁଣ କୁମାର ଚାଟାର୍ଜୀ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ସୁମିତ୍ରା ତ୍ରିପାଠୀ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବାବୁଲି ସ୍ୱାଇଁ କାର୍ଯ୍ୟନିର୍ବାହୀ ଉପ ସଭାପତି, ଡକ୍ଟର ଭାରତୀ କୃଷ୍ଣ ବ୍ରହ୍ମା କାର୍ଯ୍ୟନିର୍ବାହୀ ନିର୍ଦେଶକ ନିର୍ବାଚିତ ହୋଇଥିଲେ। ସତ୍ୟନାରାୟଣ ମହାନ୍ତି, ନାରାୟଣ ଚନ୍ଦ୍ର ବେହେରା, ବିଜୟ କୁମାର ଦାସ, ବିରଜା ଦାସ, ବିପିନ ଦାସ, ଜି ସଂଜୀବ କୁମାର, ବିଶ୍ୱମ୍ବର ବହିଦାର ଉପସଭାପତି, ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ଆର୍‌ କେ ମନୋଜ ଯୁଗ୍ମ ସମ୍ପାଦକ, ସଂଜୟ ଶତପଥୀ, ପ୍ରଶାନ୍ତ କୁମାର ରାଉତ, ଲଲାଟେନ୍ଦୁ ପାତ୍ର, ଅଶୋକ କୁମାର ନାୟକ, ଉମାଚରଣ ଶତପଥୀ ପ୍ରମୁଖ ସଂଗଠନ ସମ୍ପାଦକ ନିର୍ବାଚିତ ହୋଇଥିବାବେଳେ ୧୫ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ହୋଇଛନ୍ତି। ସେମାନେ ହେଲେ-ନବ କୁମାର ସାହୁ, ରାଜ କିଶୋର ସାହୁ, ବିରଞ୍ଚି ନାରାୟଣ ମିଶ୍ର, ତୁଷାରକାନ୍ତ ଦାସ, ସୁଦର୍ଶନ ବେହେରା, ଅସିତ ଅମିତାଭ ସାମଲ, ଭବାନୀ ଶଙ୍କର ସାହୁ, କେଦାର ନାଥ ରାଉତ, ମନୋଜ କୁମାର ଦାସ, ବିନୋଦ କୁମାର ମହାରଣା, ଜିତେନ୍ଦ୍ର କୁମାର ଜେନା, ବିବେକାନନ୍ଦ ବାରିକ, ଦିବାକର ପ୍ରହରାଜ, ପାର୍ଥ ସାରଥୀ ନାୟକ ଏବଂ ନୃସିଂହ ଚରଣ ପାଣିଗ୍ରାହୀ। ନବନିର୍ବାଚିତ ସଭାପତି ସୁମିତ୍ରା ତ୍ରିପାଠୀ ତାଙ୍କ ପ୍ରଥମ ପ୍ରତିିକ୍ରିୟାରେ କହିଛନ୍ତି ‘ଓଡ଼ିଶାର ଖେଳାଳିଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ଲାଗି ପ୍ରୟାସ ହେବ। ମହିଳା ବଡିବିଲ୍‌ଡରଙ୍କୁ ମଧ୍ୟ ଉତ୍ସାହିତ କରାଯିବ। ରାଜ୍ୟରେ ବଡ଼ି ବିଲ୍‌ଡିଂକୁ ପେସାଦାର ଢ଼ଙ୍ଗରେ ପରିଚାଳନା କରିବା ସହିତ ଏହି ଖେଳକୁ ଏକ ନୂଆ ସ୍ତରକୁ ନେବାକୁ ଉଦ୍ୟମ କରିବି’।

ସମ୍ବନ୍ଧିତ ଖବର