ଅକ୍ଟୋବରରେ ଭାରତ ଆସିବ େଓ୍ଵଷ୍ଟଇଣ୍ଡିଜ୍‌

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ଭାରତ ଗସ୍ତରେ ଆସିବ େଓ୍ଵଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳ। ଅକ୍ଟୋବର ଓ ନଭେମ୍ବରରେ ଆସୁଥିବା ଏହି କାରବୀୟ ରାଷ୍ଟ୍ର ଖେଳିବ ୩ ଟେଷ୍ଟ୍‍, ୫ ଦିନିକିଆ ଏବଂ ଗୋଟିଏ ଟେ୍ଵଣ୍ଟି-୨୦। ଏକମାତ୍ର ଟେ୍ଵଣ୍ଟି-୨୦ ଇଡେନ୍‌ ଗାର୍ଡେନ୍‌ସରେ ଖେଳାଯିବ ବୋଲି ସିଏବି (ବେଙ୍ଗଲ୍‌ କ୍ରିକେଟ୍‌ ସଂଘ) ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଅବଶିଷ୍ଟ ମ୍ୟାଚ୍‌ ଗୁଡ଼ିକର ଖେଳସୂଚୀ କିନ୍ତୁ ଚୂଡାନ୍ତ କରାଯାଇନାହିଁ। ଶେଷ ଥର ପାଇଁ ୨୦୧୪ରେ େଓ୍ଵଷ୍ଟଇଣ୍ଡିଜ୍‌ ଏକ ଦ୍ୱିପାକ୍ଷିକ ଶୃଙ୍ଖଳା ଲାଗି ଭାରତ ଆସିଥିଲା। ସେ ସମୟରେ େଓ୍ଵଷ୍ଟଇଣ୍ଡିଜ୍‌ ବୋର୍ଡ ସହିତ ପ୍ରାପ୍ୟ ବିବାଦ କାରଣରୁ ଖେଳାଳିମାନେ ଶୃଙ୍ଖଳା ଅଧାରୁ ସ୍ୱଦେଶ ଫେରିଯାଇଥିଲେ। ଏହା ପରେ େଓ୍ଵଷ୍ଟଇଣ୍ଡିଜ୍‌ କେବଳ ୨୦୧୬ ମସିହାରେ ବିଶ୍ୱ ଟେ୍ଵଣ୍ଟି-୨୦ ଖେଳିବାକୁ ଭାରତ ଆସିଥିଲା। କିନ୍ତୁ ବିଗତ ୪ ବର୍ଷ ମଧ୍ୟରେ ଭାରତ ଦୁଇ ଥର େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତ କରିଥିଲା। ୨୦୧୬ରେ ଟେଷ୍ଟ୍‍ ଶୃଙ୍ଖଳା ଏବଂ ୨୦୧୭ରେ ଦିନିକିଆ ଓ ଟେ୍ଵଣ୍ଟି-୨୦ ଖେଳି ଉଭୟ ଥର ବିଜେତା ହୋଇଥିଲା। ଗାଙ୍ଗୁଲି ମଧ୍ୟ କହିଛନ୍ତି ଯେ ଇଡେନ୍‌ ଗାର୍ଡେନ୍‌ସ ୨୦୧୮ ଆଇପିଏଲ୍‌ କ୍ୱାଲିଫାୟାର୍‌ ଆୟୋଜନ କରିବା ସମ୍ଭାବନା ରହିଛି। ପୁନେ ପ୍ରଥମ ପସନ୍ଦ ପଡ଼ିଆ ଥିଲେ ମଧ୍ୟ ଯଦି ଓହରିଯାଏ ତେବେ କୋଲ୍‌କାତାକୁ ଏହା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ମଧ୍ୟ ବିସିସିଆଇ ଭାରତର ଆସନ୍ତା ଘରୋଇ ଶୃଙ୍ଖଳା ସୂଚୀକୁ ଅନୁମୋଦନ କରିଛି। େଓ୍ଵଷ୍ଟ୍‍ଇଣ୍ଡିଜର ଭାରତ ଗସ୍ତ ଅବସରରେ ହାଇଦ୍ରାବାଦ କିମ୍ବା ରାଜକୋଟରେ ଭାରତ ପ୍ରଥମ ଦିବାରାତ୍ର ଟେଷ୍ଟ୍‍ ଖେଳିିବ ବୋଲି ସୂଚନା ଦିଆଯାଇଛି। କ୍ରିକେଟ୍‌ ପ୍ରଶାସନିକ ସମିତି (ସିଓଏ) ଅନୁମୋଦନ ମିଳିବା ପରେ ଏହା ସ୍ପଷ୍ଟ ହେବ। ଜୁନ୍‌ରେ ଆଫଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟ୍‍ରୁ ଏହା ଆରମ୍ଭ ହେବ।

ସମ୍ବନ୍ଧିତ ଖବର