ରଣଜୀ ଟ୍ରଫି: ଜମ୍ମୁ କଶ୍ମୀରକୁ ୮ ଓ୍ଵିକେଟ୍‌ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର: ରଣଜୀ ଟ୍ରଫିରେ ମଙ୍ଗଳବାର ଜମ୍ମୁ କଶ୍ମୀରକୁ ଓଡ଼ିଶା ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଓଡ଼ିଶା ୧୯୬ ରନ୍‌ ଟାର୍ଗେଟକୁ ମାତ୍ର ୨ ଓ୍ଵିକେଟ ହରାଇ ହାସଲ କରିଛି। ଜମ୍ମୁ କଶ୍ମୀର ପ୍ରଥମ ଇନିଂସରେ ୧୨୭ ରନ୍‌ କରିଥିବା ବେଳେ ଓଡ଼ିଶା ପ୍ରଥମ ଇନିଂସରେ ୩୨୩ ରନ୍‌ ସଂଗ୍ରହ କରିଥିଲା। ଜମ୍ମୁକଶ୍ମୀର ଦ୍ୱିତୀୟ ଇନିଂସରେ ୩୯୧ ରନ୍‌ କରିବା ପରେ ଓଡ଼ିଶାକୁ ୧୯୬ ରନ୍‌ ବିଜୟ ଲକ୍ଷ୍ୟ ମଳିଥିଲା। ଦ୍ୱିତୀୟ ଇନିଂସରେ ଓଡ଼ିଶା ୪୯.୧ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ୧୯୭ ରନ୍‌ କରିବା ସହିତ ବିଜୟ ଲକ୍ଷ୍ୟ ହାସଲ କରିଛି।

ଏହି ମ୍ୟାଚରେ ସୁଭ୍ରାଂଶୁ ସେନାପତି ପୁଣିଥରେ ଚମତ୍କାର ବ୍ୟାଟିଂ କରିଛନ୍ତି। ଶୁଭ୍ରାଂଶୁ ଅପରାଜିତ ୭୨ ରନ କରିଥିବା ବେଳେ ଗୋବିନ୍ଦ ପୋଦାର ୯ଟି ବଲ ଖେଳି ୨୦ ରନ କରିଛନ୍ତି। ଶାନ୍ତନୁ ମିଶ୍ର ୧୪୭ ବଲ ଖେଳି ୭୮ ରନ ଓ ଅନୁରାଗ ଷଡ଼ଙ୍ଗୀ ୩୯ ବଲ ଖେଳି ୨୦ ରନ୍‌ କରିଛନ୍ତି।

ଜମ୍ମୁର ସରକାରୀ ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟ ପଡ଼ିଆରେ ଜମ୍ମୁ କଶ୍ମୀର ଏବଂ ଓଡ଼ିଶା ରଣଜୀ ମୁକାବିଲା ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳି ଥିଲା। ଯାହା ଫଳରେ ପ୍ରଥମ ଦିବସରେ ମୋଟ ୮୭.୩ ଓଭର ଖେଳ ହୋଇ ୧୧ ୱିକେଟ୍‌ ଝଡ଼ିଯାଇ ଥିଲା।। ସେଥିରୁ ଦମ୍‌ଦାର ବୋଲିଂ କରି ଓଡ଼ିଶା ବୋଲରମାନେ ଘରୋଇ ଦଳର ପ୍ରଥମ ପାଳିକୁ ୧୨୭ ରନ୍‌ରେ ସଫା କରିଦେଇ ଥିଲେ।

ସମ୍ବନ୍ଧିତ ଖବର