ଜାତୀୟ ଉପ କନିଷ୍ଠ ରୋଇ˚ ପାଇଁ ଓଡ଼ିଶା ଦଳ

କଟକ: ପୁନେର ଆର୍ମି ରୋଇ˚ ନୋଡ୍‌ଠାରେ ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୨୨ତମ ଉପ କନିଷ୍ଠ ଜାତୀୟ ରୋଇ˚ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହିତ ସେହି ସ୍ଥାନରେ ଚତୁର୍ଥ ଅନ୍ତଃରାଜ୍ୟ ଚାଲେଞ୍ଜର ସ୍ପ୍ରିଣ୍ଟ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ୨୮ ଜଣିଆ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳକ ଦଳରେ ୧୫ ଓ ବାଳିକା ଦଳରେ ୧୧ ଜଣ ଖେଳାଳି ମନୋନୀତ ହୋଇଥିଲା ବେଳେ ଦଳ ସହିତ ପିଟି ପାଉଲୁସ୍‌ ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶା କକ୍ସଲେସ ଫୋର‌୍‌ ଏବ˚ ବାଳିକାରେ ସିଙ୍ଗଲ ସ୍କଲ୍‌, ଡବଲ ସ୍କଲ୍‌ ଓ କକ୍ସଲେସ୍‌ ପେୟାର ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ବାଳକ ଦଳରେ ଜଗନ୍ନାଥ ବେହେରା, ଶୁଭମ୍‌ କୁମାର ମିଶ୍ର, ରାଜେନ ଟପ୍ପୋ, ସ˚ଜୟ ଯାଦବ ଏବଂ ବାଳିକା ଦଳରେ ଧନଶ୍ରୀ ପ୍ରମୋଦ ମାନେ, ସୌମ୍ୟଶ୍ରୀ ପଣ୍ତା, ଆନ୍ଦ୍ରିୟା ପାଉଲୁସ୍‌, ସ୍ମରଣିକା ଦାସ, ହାର‌୍‌ନୁର ସିଦ୍ଧୁ, ଶୁଭଶ୍ରୀ ସୁସ୍ମିତା ବିଶ୍ବାଳ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଚାଲେଞ୍ଜର ସ୍ପ୍ରିଣ୍ଟରେ ବାଳକ ଦଳ ୪ ଓ ବାଳିକାମାନେ ୩ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଇଭେଣ୍ଟରେ ଅରବିନ୍ଦର ସି˚ହ, ସଗନଦୀପ ସି˚ହ, କରଣବୀର ସି˚ହ ଭିନ୍ଦର, ଅମନଦୀପ ସି˚ହ, ଗୁରପ୍ରୀତ୍‌ ସି˚ହ, ରାକେଶ ତିର୍କି, କରମଚାନ୍ଦ, ସାହାଵିନ୍ଦର ସି˚ହ, ଆକାଶଦୀପ, ଅନୁଦୀପ, ରଚେଲ ଲାକ୍ରା, ନୂତନ ସାଇନି ତିର୍କି, ସୋନାଲିକା ଦାସ, ରେଶମା ଲାକ୍ରା ଅ˚ଶଗ୍ରହଣ କରିବେ। ଓଡ଼ିଶା ଖେଳାଳିମାନଙ୍କୁ ଓଡ଼ିଶା ରୋଇ˚ ସ˚ଘର ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସି˚ହଦେଓ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ଦଳ ୫ ତାରିଖରେ ପୁନେ ଗସ୍ତ କରିବ।

ସମ୍ବନ୍ଧିତ ଖବର