ଜାତୀୟ ଉପକନିଷ୍ଠ ବାଳକ ହକି ପାଇଁ ଓଡ଼ିଶା ଦଳର ହରିୟାଣା ଯାତ୍ରା

କଟକ: ହରିୟାଣାରେ ଖେଳାଯିବାକୁଥିବା ୧୧ତମ ଜାତୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତା ପାଇଁ ଓଡ଼ିଶାର ୧୮ ଜଣିଆ ଦଳ ରାଉରକେଲାରୁ ଯାତ୍ରା ଆରମ୍ଭ କରିଛି। ଓଡ଼ିଶା ଦଳ ସହିତ ବିଜୟ କୁମାର ଲାକ୍ରା ପ୍ରଶିକ୍ଷକ ଓ ମ୍ରିନାଲ ଚୌବେ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ପୁଲ୍‌ ଏ’ରେ ଓଡ଼ିଶା ସହିତ ଛତିଶଗଡ଼ ଓ ଉତ୍ତରାଖଣ୍ଡ ସ୍ଥାନ ପାଇଛନ୍ତି। ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଉତ୍ତରାଖଣ୍ଡ ସହିତ ଏବ˚ ୧୯ ତାରିଖରେ ଦ୍ବିତୀୟ ମ୍ୟାଚ୍‌ ଛତିଶଗଡ଼ ବିପକ୍ଷରେ ଅନୁଷ୍ଠିତ ହେବ।

ଓଡ଼ିଶା ଦଳ: ମୁକେଶ ଟପ୍ପୋ, ନିତେଶ ମିଞ୍ଜ, ଅଭିଷେକ ଟପ୍ନୋ, ଅଜିତ ମହାତୋ, ବିଲକନ ଓରାମ, ପ୍ରତାପ ଟପ୍ପୋ, ରୋଶନ କୁଜୁର, ଅମିତ ସି˚ହ, ହାରୁନ୍‌ ମିଞ୍ଜ, ନିତେଶ ଟପ୍ପୋ, ବିନୀତ ଖାଲ୍‌କୋ, ରବି ବାରା, ମିଲନ ଭୂୟାଁ, ଅଙ୍କିତ ମାଝୀ, ମେଞ୍ଜସ୍‌ ଏକ୍କା, ପ୍ରବୀଣ ସୋରେଙ୍ଗ, ସତିଶ ମୁଣ୍ଡା, ଉଇଲସନ୍‌ ଖାଖା।

ସମ୍ବନ୍ଧିତ ଖବର